fbpx

ବିବାହ ପରେ କାହିଁକି ଚିଡ଼ଚିଡ଼ା ହୋଇଯାଆନ୍ତି ମହିଳା ? ଜାଣନ୍ତୁ କାରଣ

Advertisement

ଦୁନିଆରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ ହେବା ସହ ସମ୍ବେଦନଶୀଳ ମଧ୍ୟ ହୋଇଥାଏ । ଏହା ଯେତିକି ସରଳ, ସେତିକି ଜଟିଳ ହୋଇଥାଏ । ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ ପରିସ୍ଥିତିକୁ ଏକାଠି ସମ୍ମୁଖୀନ କରିଥାଆନ୍ତି ।

ଅନେକ ସମୟରେ ଆମେ ଲକ୍ଷ୍ୟ କରିଥାଉ ବିବାହ ପରେ ମହିଳା ମାନଙ୍କ ସ୍ୱଭାବ ବଦଳି ଯାଇଥାଏ । ଆଉ ସେମାନେ ଚିଡ଼ିଚିଡ଼ା ସ୍ୱାଭାବର ହୋଇଥାଆନ୍ତି । ତେବେ ମହିଳା ମାନେ କାହିଁକି ବିବାହ ପରେ ଚିଡି ଚିଡା ସ୍ୱଭାବର ହୋଇ ଯାଆନ୍ତି, ଜାଣନ୍ତୁ ଏହାର କାରଣ…

– ବିବାହ ପରେ ଉଭୟ ଚାହିଁଥାଆନ୍ତି ପରସ୍ପର ସହ ଅଧିକ ସମୟ ଅତିବାହିତ କରିବାକୁ ହେଲେ ତାହା ହୋଇନଥାଏ । ଏପରି ସ୍ଥିତିରେ ଉଭୟଙ୍କ ମଧ୍ୟରେ ଚିଡ଼ିଚିଡ଼ା ସ୍ୱଭାବ ବୃଦ୍ଧି ହୋଇଥାଏ ।

-ସାଇକୋଲୋଜିଷ୍ଟଙ୍କ ମତ ଅନୁଯାୟୀ, ବିବାହ ପରେ ୬ ମାସ ବୈବାହିକ ଜୀବନ ସୁରୁଖୁରରେ ଚାଲିଥାଏ । କିନ୍ତୁ ପରେ ଦାମ୍ପତ୍ୟ ଜୀବନରେ କଳହ ଦେଖା ଦେଇଥାଏ । କାହିଁକି ନା ବିବାହ ପରେ ପାରିପାର୍ଶ୍ୱିକ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିଥାଏ । ଏହାର ମୁଖ୍ୟ କାରଣ ଆଡଜଷ୍ଟମେଣ୍ଟ । କିଛି ମହିଳା ନିଜକୁ ଆଡ୍ଜଷ୍ଟ କରିବା ପାଇଁ ଚେଷ୍ଟା କରିଥାଆନ୍ତି । କିନ୍ତୁ ତାହା ନହେବା ଦ୍ୱାରା ମହିଳା ମାନେ ଧୀରେ ଧୀରେ ଚିଡ଼ି ଚିଡ଼ା ସ୍ୱଭାବର ହୋଇଯାଆନ୍ତି ।

-ବିବାହ ପରେ ମହିଳା ମାନଙ୍କ ମଧ୍ୟରେ ଚିଡା ଭାବ ଦେଖା ଯିବାର ଅନ୍ୟ ଗୋଟିଏ କାରଣ ହେଉଛି ‘ଟେମ୍ପରାମେଣ୍ଟ’ ।ମହିଳା ମାନେ ଗୋଟିଏ ନୂଆ ପରିବାରକୁ ଆପଣାଇବା ସେମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଯାହା ସେମାନଙ୍କ ପାଇଁ ଚିଡିଚିଡା ଭାବର କାରଣ ହୋଇଥାଏ ।

-ଗୋଟିଏ ନୂଆ ପରିସ୍ଥିତିରେ ଆଡଜଷ୍ଟ କରିବା ପାଇଁ ସବୁଠୁ ଆବଶ୍ୟକ ହେଉଛି ସ୍ନେହ ମମତା ମିଳିବା ଜରୁରୀ । ଯଦି କୌଣସି ମହିଳା ସେହି ସ୍ନେହ ସହାନୁଭୂତି ପାଇ ନଥାଆନ୍ତି ତେବେ ସେମାନଙ୍କ ମଧ୍ୟରେ ଚିଡିଚିଡା ସ୍ୱଭାବ ବୃଦ୍ଧି ହୋଇଥାଏ ।

-କିଛି କ୍ଷେତ୍ରରେ ମହିଳା ମାନଙ୍କର କିଛିଟା ଅଧା ଅଧୁରା ଇଚ୍ଛା ବାକି ରହିଯାଇଥାଏ । ଯେପରିକି ସେମାନେ ନିଜ କ୍ୟାରିୟରରେ ଆଗକୁ ବଢିବା ପାଇଁ ଚାହିଁ ଥାଆନ୍ତି , କିନ୍ତୁ କିଛି ଟା ପାରିପାର୍ଶ୍ୱିକ ପରିସ୍ଥିତି ଯୋଗୁଁ ତାହା ପୂର୍ଣ୍ଣ ହୋଇ ପାରିନଥାଏ । ଏହା ମଧ୍ୟ ତାଙ୍କ ଚିଡିଚିଡା ସ୍ୱଭାବର କାରଣ ହୋଇଥାଏ ।

Get real time updates directly on you device, subscribe now.