fbpx

ଶୋଇବା ପୂର୍ବରୁ ଗୋଡରେ କରନ୍ତୁ ସୋରିଷ ତେଲ ମସାଜ୍: ବ୍ଲଡ ସର୍କୁଲେସନ ତୀବ୍ର ହେବା ସହ ଚମକିବ ସ୍କିନ୍

ଆଗ କାଳରେ ଜେଜେ-ଜେଜେମା’ମାନେ ପାଦରେ ସୋରିଷ ତେଲ ମସାଜ କରିବାକୁ କୁହନ୍ତି । ତାଙ୍କ କହିବା ଅର୍ଥ, ପାଦରେ ଆମ ଶରୀର ସହିତ ଜଡିତ ସମସ୍ତ ଆକ୍ୟୁପ୍ରେସର ପଏଣ୍ଟ ଅଛି । ଯେତେବେଳେ ଆପଣ ପାଦରେ ସୋରିଷ ତେଲ ମସାଜ କରନ୍ତି, ସେବେ ସେହି ପଏଣ୍ଟ ଉପରେ ପ୍ରେସର ପଡ଼ିଥାଏ । ଏହି କାରଣରୁ ଶରୀର ଭିତରେ କିଛି ଶକ୍ତି ସୃଷ୍ଟି ହୁଏ ଏବଂ ସେହି ଅଙ୍ଗଗୁଡ଼ିକୁ ଫାଇଦା ମିଳିଥାଏ । ତେଣୁ ଯେତେବେଳେ ଆପଣ ସୋରିଷ ତେଲ ସହିତ ପାଦକୁ ମାଲିସ୍ କରନ୍ତି, ସେବେ ସୋରିଷ ତେଲର ଉତ୍ତାପ ଆପଣଙ୍କ ପାଦରେ ପହଞ୍ଚେ ଏବଂ ଏହା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ଜାଣନ୍ତୁ କିପରି…

ଥଣ୍ଡା-ଜ୍ୱର ହୋଇନଥାଏ:-
ପ୍ରତିଦିନ ପେଦରେ ସୋରିଷ ତେଲ ମାଲିବା ଦ୍ୱାରା ଏହା ଶରୀରରେ ଶକ୍ତି ସୃଷ୍ଟି କରିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଫଳରେ ଆପଣଙ୍କୁ ଥଣ୍ଡା-ଜ୍ୱର ହୋଇନଥାଏ । ଏହା ବ୍ୟତୀତ ଯଦି ଆପଣଙ୍କୁ ଥଣ୍ଡା ହୋଇଛି, ଏହା ତାକୁ କମ୍ କରିବାରେ ସାହାଯ୍ୟ କରିବ ।

ଚାପ ମୁକ୍ତ ହେବା :-
ସୋରିଷ ତେଲରେ ମାଲିସ୍ କରିବା ଦ୍ୱାରା ଆପଣ ଚାପମୁକ୍ତ ହୋଇଥାନ୍ତି । ବାସ୍ତବରେ, ମସାଜ୍ କରିବା ଦ୍ୱାରା ଆପଣଙ୍କ ଚାପ କମିଯାଏ । ଏହା ଆପଣଙ୍କ ମସ୍ତିଷ୍କ ଏବଂ ଶରୀରକୁ ଆରାମ ଦିଏ । ଏହା ଆପଣଙ୍କୁ ଶୀଘ୍ର ଶୋଇବାରେ ସାହାଯ୍ୟ କରେ ଏବଂ ଆପଣଙ୍କୁ ଭଲ ଲାଗେ ।

ବ୍ଲଡ ସର୍କୁଲେସନ୍ ଠିକ୍ ରୁହେ :-
ସୋରିଷ ତେଲକୁ ପାଦରେ ମାଲିସ କରିବା ଦ୍ୱାରା ବ୍ଲଡ ସର୍କୁଲେସନ୍ ଠିକ୍ ଭାବରେ କାମ କରିଥାଏ । ଏହା ଆପଣଙ୍କ ସମଗ୍ର ଶରୀରର ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ ଓ ଏହାର ଚାପକୁ ମୁକ୍ତ କରିଥାଏ । ଏହା କେବଳ ଆପଣଙ୍କ ଶରୀର ପାଇଁ ନୁହେଁ ବରଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ସହିତ ପୋଷକ ତତ୍ତ୍ୱ ଆପଣଙ୍କ ଚର୍ମରେ ପହଞ୍ଚେ ଏବଂ ସ୍କିନ୍ ଚମକିଥାଏ ।

ଯନ୍ତ୍ରଣା କମିଯାଏ :-
ଦିନସାରା ଥକ୍କାପଣ ପାଦରେ ଅସ୍ଥିରତା ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଏପରି ପରିସ୍ଥିତିରେ ସୋରିଷ ତେଲକୁ ପାଦରେ ମାଲିସ କରିବା ଦ୍ୱାରା ଏହା ଆରାମ ଦେଇଥାଏ । ଏହା ସହିତ ଏହା ମାଂସପେଶୀକୁ ଆରାମ ଦେଇଥାଏ, ଯାହାଫଳରେ ଆପଣ ଆରାମ ଅନୁଭବ କରନ୍ତି ।

Get real time updates directly on you device, subscribe now.