ଦେଖନ୍ତୁ (Video) ସ୍ୱାମୀ ମୁଣ୍ଡରୁ ପ୍ରେମ ଜ୍ୱର ଛଡ଼ାଇଲା ସ୍ତ୍ରୀ, ଏମିତି ଦେଲା ପେଟେଣ୍ଟ ମେଡିସିନ୍..

ସ୍ତ୍ରୀକୁ ଲୁଚି ପର ସ୍ତ୍ରୀ ସହ କରୁଥିଳା ଲୀଳା । ଧରାପଡ଼ି ଖାଇଲା ବିଧା, ଗୋଇଠା ।

ସଂଭଲ: ଉତ୍ତର ପ୍ରଦେଶ ସଂଭଲରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓରେ ଯୁବକ ଓ ଯୁବତୀଙ୍କ ହାତ ବନ୍ଧା ଥିବାବେଳେ ସେମାନଙ୍କୁ ଜଣେ ପୁରୁଷ ଓ ମହିଳା ଠେଙ୍ଗା, ଚପଲରେ ମାଡ଼ ମାରୁଥିବାର ଦେଖାଯାଉଛି । ହାତ ବନ୍ଧା ମହିଳା ଜଣକ ତଳେ ଗଡ଼ି ଯାଉଥିବାବେଳେ ହାତ ବନ୍ଧା ପୁରୁଷ ଜଣକ ମାଡ଼ ଖାଇ ଛଡଟପଟ ହେଉଥିବା ଦେଖିବାକୁ ମିଳିଛି ।

ଖବର ମୁତାବକ, ଧରାପଡ଼ି ମାଡ଼ ଖାଉଥିବା ପ୍ରେମିଯୁଗଳ ପୂର୍ବରୁ ବିବାହିତ । ପରସ୍ପର ନିଜ ସ୍ୱାମୀ ଓ ସ୍ତ୍ରୀଙ୍କୁ ଲୁଚି ପ୍ରେମ କରୁଥିଲେ । କିନ୍ତୁ ରବିବାର ସେମାନେ ଦୁହେଁ ଏକ କଠୋରୀ ଭିତରେ ଅସଞ୍ଜତ ଅବସ୍ଥାରେ ଥାଇ ଧରାପଡ଼ିଗଲେ ।

ଏହାପରେ ପ୍ରେମିକର ସ୍ତ୍ରୀ ଓ ପ୍ରେମିକାର ସ୍ୱାମୀ ସେମାନଙ୍କ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିବା ଆରମ୍ଭ କରିଦେଲେ । ସ୍ଥାନୀୟ ଅଞ୍ଚଳରେ ଲୋକେ ଜମା ହୋଇଗଲେ କିନ୍ତୁ କେହି ସେମାନଙ୍କୁ ଅଟକାଉ ନ ଥିଲେ । ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୋଲିସ ମହିଳାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।