fbpx
BSKY
BJD MC SKY
BJD YOUTH SKY

ବର କୁ ଶିଶୁପାଳ କରି ଚତୁର୍ଥୀ ରାତି ପୂର୍ବରୁ ପ୍ରେମିକ ସହ ନବବଧୂ ଫେରାର, ନାବାଳିକା ଶାଳୀ ସହ ହେଲା ବାହାଘର

ଅନୁଗୋଳ  ୬ା୧୨: ଚତୁର୍ଥୀ ପୂର୍ବରୁ ପୁରୁଣା ପ୍ରେମିକ ସହ ଫେରାର ହୋଇଗଲା ନବବଧୂ । ଗୋଟିଏ ପଟେ ଭୋଜିଭାତର ଆୟୋଜନ ଚାଲିଥିବା ବେଳେ ପ୍ରେମିକ ସହ ନବବଧୂ ଚମ୍ପଟ ମାରିଛି । ଗୁରୁବାର ଦିନ ଚତୁର୍ଥୀ ସହ ଥିବା ରିସେପ୍ସନ୍ ପାର୍ଟି। ଗୁରୁବାର ଭୋରରୁ ନବବଧୂ ଜଣଙ୍କ ଫେରାର ହୋଇଯାଇଛନ୍ତି । ଅନୁଗୁଳ ସହର ଉପକଣ୍ଠରେ ଘଟିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମାତ୍ର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ନବବଧୂ ଫେରାର ହୋଇଯିବା ପରେ ବଡ ଭଉଣୀ ସହ ଆସିଥିବା ସାନ ଭଉଣୀ ଭିଣୋଇକୁ ବିବାହ କରିଛନ୍ତି ।

Get real time updates directly on you device, subscribe now.