fbpx

ଶଶ୍ମାନରୁ ସ୍ୱାମୀର ଶବ ଉଠାଇ ପୋଷ୍ଟମଟମ୍ ପାଇଁ ପଠାଇଲା ସ୍ତ୍ରୀ, ଜାଣନ୍ତୁ କାରଣ

AAKASH

ଦେବରିୟା: ଜଣେ ଯୁବକଙ୍କ ମୃତ୍ୟୁ ସନ୍ଦିଗ୍ଧ ପରିସ୍ଥିତିରେ ହୋଇଯାଇଥିଲା, ଏହାପରେ ତାଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଶଶ୍ମାନକୁ ନେଇ ଯାଇଥିଲେ । ଏହାପରେ ବାପ ଘରେ ଥିବା ମୃତ ଯୁବକଙ୍କ ପତ୍ନୀ ହଠାତ୍ ଆସି ଶଶ୍ମାନରେ ପହଞ୍ଚି ଯାଇଥିଲେ ଓ ଶାଶୁଘର ଲୋକଙ୍କ ଉପରେ ଅଭିଯୋଗ ଆଣି ପୋଷ୍ଟମଟମ ପାଇଁ ଦାବି କରିଥିଲେ । ସୂଚନା ପାଇ ପୋଲିସ୍ ପହଞ୍ଚିଥିଲା ଓ ମୃତ ଦେହକୁ ଉଠାଇ ପୋଷ୍ଟମଟମ୍ ପାଇଁ ନେଇଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦେବରିୟାର ଭଟନୀ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଦେବରିୟାର ଭଟନୀ ଥାନା ଅଞ୍ଚଳରେ ଥିବା ଏକ ଗାଁର ଜଣେ ନିବାସୀ ଡିମ୍ପଲ ତିୱାରୀଙ୍କ କହିବାନୁସାରେ ସେ ଖାଇବା ସାରିବା ପରେ ଶୋଇବାକୁ ଚାଲିଯାଇଥିଲେ । ଆଉ ସକାଳୁ ଉଠିବା ବେଳକୁ ତାଙ୍କ ମଅତ୍ୟୁ ହୋଇଯାଇଥିଲା । ଯେତେ ଡାକିବା ପରେ ବି ଉଠିନଥିଲେ କି କୌଣସି ଜବାବ ଦେଇନଥିଲେ । ତେଣୁ ପରିବାର ଲୋକେ ଡିମ୍ପଲଙ୍କ ଶବସତ୍କାର ପାଇଁ ଶଶ୍ମାନକୁ ନେଇ ଯାଇଥିଲେ । ଶବ ସତ୍କାର ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା । ହେଲେ ଏହା ଭିତରେ ଡିମ୍ପଲଙ୍କ ପତ୍ନୀ ସଙ୍ଗୀତା ଆସି ହଠାତ୍ ପହଞ୍ଚିଥିଲେ ।

ପହଞ୍ଚିବାପରେ ମୃତ ସ୍ୱାମୀଙ୍କର ପୋଷ୍ଟମଟମ ପାଇଁ ଦାବି କରିବାକୁ ଲାଗିଲେ । ଡିମ୍ପଲଙ୍କ ପତ୍ନୀ ସେଠାରେ ନିଜ ଭାଇଙ୍କ ସହିତ ପହଞ୍ଚିଥିଲେ । ସଙ୍ଗୀତାଙ୍କ ଭାଇ ସ୍ଥିତିକୁ ନଜରରେ ରଖି ସ୍ଥାନୀୟ ପୋଲିସ୍ କୁ ଖବର ଦେଇଥିଲେ । ସେମାନଙ୍କ ବିବାହ ତିନି ବର୍ଷ ତଳେ ହୋଇଥିଲା । ନିକଟରେ ସେ ନିଜ ବାପ ଘରକୁ ଯାଇଥିଲେ ଓ ଏହା ଭିତରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଶବକୁ ବର୍ତ୍ତମାନ ପୋଷ୍ଟମଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ଅସଲରେ କଣ ହୋଇଛି ଡିମ୍ପଲଙ୍କ ସହିତ ବୋଲି କହିଛି ।

Get real time updates directly on you device, subscribe now.