fbpx
BSKY
BJD SHG SKY
BJD YOUTH SKY

ମୁମ୍ବାଇ ନା କୋଲକାତା, କିଏ ପ୍ଲେ ଅଫରେ ପହଞ୍ଚିବ: ଆଜିର ମ୍ୟାଚ କରିବ ଏହାର ଫଇସଲା

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ କେଉଁ ଦଳ ପ୍ଲେ ଅଫରେ ପହଞ୍ଚିବ ଆଉ କିଏ ବାଦ୍ ପଡ଼ିବ, ତାହାକୁ ନେଇ କ୍ରୀଡ଼ାପ୍ରେମୀ ଚାହିଁ ରହିଛନ୍ତି । ଗତକାଲିର ମ୍ୟାଚରେ କୋଲକାତା ବଡ଼ ବ୍ୟବଧାନରେ ରାଜସ୍ଥାନକୁ ପରାସ୍ତ କରିଥିବାରୁ ପ୍ଲେ ଅଫର ଚତୁର୍ଥ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ତେବେ ଆଜି ହେବାକୁ ଥିବା ମୁମ୍ବାଇ-ହାଇଦ୍ରାବାଦ ମ୍ୟାଚର ଫଳାଫଳ ହିଁ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଇଛି ।

ଗତକାଲିର ମ୍ୟାଚରେ କୋଲିକତା ବୃହତ୍ ବିଜୟ ହାସଲ କରିବା ଫଳରେ ତା’ର ରନରେଟ୍ ବୃଦ୍ଧି ପାଇଛି । ପୂର୍ବରୁ ଚେନ୍ନାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ପ୍ଲେ ଅଫରେ ନିଜର ସ୍ଥାନ ସୁରକ୍ଷିତ କରିସାରିଛନ୍ତି । କେବଳ ଆଉ ଚତୁର୍ଥ ସ୍ଥାନ ବାକି ରହିଛି । ତେବେ ଏବେ କୋଲକାତାର ମୋଟ ୧୪ ପଏଣ୍ଟ ହୋଇଯାଇଥିବାରୁ ସେ ପ୍ଲେ ଅଫରେ ପହଞ୍ଚିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଅନ୍ୟପଟେ ମୁମ୍ବାଇ ମଧ୍ୟ ଏହି ରେସରୁ ବାହାରେ ନାହିଁ । ଯଦି ଆଜିର ମ୍ୟାଚରେ ମୁମ୍ବାଇ ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରେ, ତେବେ ସେ ମଧ୍ୟ ପ୍ଲେ ଅଫରେ ପହଞ୍ଚି ପାରିବ । ଏହି ଅବସରରେ କୋଲକାତା ଓ ମୁମ୍ବାଇର ରନରେଟକୁ ଦେଖି ଉପଯୁକ୍ତ ଦାବିଦାର ନିର୍ଦ୍ଧାରଣ କରାଯିବ । ଆଜିର ମ୍ୟାଚରେ ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ କରି ୨୦୦ରୁ ଅଧିକ ରନ ସଂଗ୍ରହ କରିବା ସହ ୧୭୦ରୁ ଅଧିକ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏପରି ହେଲେ ମୁମ୍ବାଇ କୋଲକାତାଠାରୁ ଅଧିକ ରନରେଟ ହାସଲ କରିପାରିବ । ନଚେତ୍ ପ୍ଲେ ଅଫରେ ଦିଲ୍ଲୀ-ଚେନ୍ନାଇ ଓ ବେଙ୍ଗାଲୁରୁ-କୋଲକାତା ଲଢ଼େଇ ଦେଖିବାକୁ ମିଳିବ ।

Get real time updates directly on you device, subscribe now.