fbpx

ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବ । ପୂର୍ବ ଭଳି ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିବ ବୋଲି ସେ କହିଛନ୍ତି ।

ଏହା ସହ ଶକ୍ତିକାନ୍ତ କହିଛନ୍ତି ଯେ, ‘କରୋନା ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏମପିସିର ଆଶା ଅନୁଯାୟୀ ଅର୍ଥନୀତି ଅଗ୍ରଗତି କରୁଛି । ଟିକାକରଣ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଛି ।’

Get real time updates directly on you device, subscribe now.