ନିଜ ହାତରେ ସିନ୍ଦୂର ପୋଛିଲା କଳିଯୁଗ ସାବିତ୍ରୀ, ପାରିବାରିକ କଳିରୁ ସ୍ୱାମୀକୁ ନିର୍ମମ ହତ୍ୟା

ଖଲ୍ଲିକୋଟ: ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ । ହାଣିବା ପରେ ସ୍ୱାମୀର ମୁଣ୍ଡକୁ ଇଟାରେ ଛେଚିଲା ସ୍ତ୍ରୀ ।

ରାତି ରୁ ସ୍ୱାମୀକୁ ହାଣି ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲା ସ୍ତ୍ରୀ ।

ବେଗୁନିଆପଡ଼ା ଗୋପାଳପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ଏ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜରାପଡ଼ିଛି ।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ତଦନ୍ତ୍ ଆରମ୍ଭ ରକିଛି ।