fbpx

ଚଳନ୍ତା ଟ୍ରେନରେ ଡ୍ରେସ୍ ବଦଳାଇବାକୁ ଯାଇ ଗାୟବ୍ ହୋଇଗଲା ପତ୍ନୀ, ଦେଢ଼ ମାସପରେ ପ୍ରେମିକ ଘରୁ….

ନୂଆଦିଲ୍ଳୀ: ଚଳନ୍ତା ଟ୍ରେନ୍ ରେ ଟଏଲେଟ୍ କୁ ଡ୍ରେସ୍ ବଦଳାଇବାକୁ ଯାଇଥିବା ସମୟରେ ହଠାତ୍ କୁଆଡେ ଗାୟବ୍ ହୋଇଯାଇଥିଲା ସ୍ତ୍ରୀ । କିନ୍ତୁ ଦେଢ଼ ମାସ ପରେ ତାର ଠିକଣା ମିଳିଥିଲା । ତେବେ ସେ କୁଆଡେ ଗାୟବ୍ ହୋଇନଥିଲା ବରଂ ସେ ନିଜ ଇଚ୍ଛାରେ ନିଜ ପ୍ରେମିକ ସହିତ ଫେରାର୍ ହୋଇଯାଇଥିଲା । ଦେଢ଼ ମାସ ପରେ ନିଜ ପ୍ରେମିକ ଘରୁ ସ୍ତ୍ରୀ କୁ ଠାବ କରିଥିଲା ସ୍ୱାମୀ । ସୂଚନା ଯେ, ମୋର୍ଯ୍ୟ ଏକ୍ସପ୍ରେସ୍ ରେ ରାଞ୍ଚିରୁ ସ୍ୱାମୀ ସହିତ ନିଜ ଶ୍ୱଶୁର ଘରକୁ ଯାଉଥିବା ମହିଳା କୁଆଡେ ଗାୟବ ହୋଇଯାଇଥିବା ଖବର ସାମନାକୁ ଆସିଥିଲା । ଏବେ ତାର ଠିକଣା ମିଳିଛି ।

ନିଜ ପ୍ରେମିକ ସହିତ ମହିଳା ଜଣକ ଗୋରଖପୁର ଫେରାର୍ ହୋଇଯାଇଥିଲା । ଧନବାଦ୍ ପୋଲିସ୍ ଉକ୍ତ ମହିଳାଙ୍କୁ ଗୋରଖପୁରରୁ ଠାବ କରି ଘରଲୋକଙ୍କୁ ସୂଚନା ଦେଇଛି । ମହିଳାଙ୍କ ପରିବାର ଲୋକ ମୂଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ଅନୁରୋଧ କରିବା ପରେ ରେଳବାଇ ପୋଲିସ୍ ତାଙ୍କୁ ଖୋଜି ବାହାର କରିଛି । ଜୁଲାଇ ୧୨ ତାରିଖ ରାତିରେ ମୋର୍ଯ୍ୟ ଏକ୍ସପ୍ରେସ୍ ର ଧନବାଦ୍ ଷ୍ଟେସନ୍ ପହଞ୍ଚିବା ପରେ ମହିଳା ଜଣକ ଡ୍ରେସ୍ ବଦଳାଇବାକୁ ଯିବ ବୋଲି ଟଏଲେଟ୍ କୁ ଯାଇଥିଲେ ।

ଏହାପରେ ଆଉ ଫେରିନଥିଲେ । ତାଙ୍କ ସ୍ୱାମୀ ଖୁବ୍ ଖୋଜିବା ପରେ ବି ମିଳିନଥିଲେ । ଏହାପରେ ସ୍ତ୍ରୀକୁ କିଛି ଜଣ ଅଜ୍ଞାତ ଲୋକ ଉଠାଇ ନେଇଯାଇଥିବା ନେଇ ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ । ତେବେ ପୋଲିସ ଖୋଜାଖୋଜି କରିବା ପରେ ଏବେ ତାଙ୍କର ଠିକଣା ମିଳିଯାଇଛି । ମହିଳା ଜଣକ ବିବାହ ପରେ ଫେସବୁକ୍ ଜରିଆରେ ଆଉ ଜଣଙ୍କ ସହିତ କଥା ବାର୍ତ୍ତା କରିବା ଆରମ୍ଭ କରିଥିଲେ । ଆଉ ସୁଯୋଗ ଦେଖି ପ୍ରେମିକ ସହିତ ଫେରାର୍ ହୋଇଯାଇଥିଲେ ।

Get real time updates directly on you device, subscribe now.