fbpx

ବୋଟ୍ ଦୁର୍ଘଟଣା: ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କ ଦେହାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳୀରେ ହାତୀକୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ପଡ଼ିଥିଲା । ତେବେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଥିଲା । ଏହା ଭିତରେ ସୂଚନା ମିଳିଛି ଯେ, ବୋଟ୍ ରେ ଓଟିଭିର ଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଯାଇଛି । ଅରିନ୍ଦମ୍ ଙ୍କ ମୃତ୍ୟୁ କୁ ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କ ସହିତ ଅନ୍ୟ ଓଟିଭି ପ୍ରତିନିଧି ସୁସ୍ଥ ଅଛନ୍ତି । ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ସୁଚନା ଯେ, ଆଜି ମୁଣ୍ଡଳୀ ବ୍ୟାରେଜ୍ ରେ ହାତୀ ଫସିରହିଥିବା ବେଳେ ତାକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ସହିତ ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମ୍ ଏବଂ ଅନ୍ୟ ଜରେ ପ୍ରତିନିଧି ବୋଟ୍ ଜରିଆରେ ଯାଇଥିଲେ । କିନ୍ତୁ ଉଦ୍ଧାର କରିବା ବେଳେ ପାଣିର ସ୍ରୋତ ଖୁବ୍ ଜୋରରେ ରହିଥିଲା । ତେଣୁ ବୋଟ୍ ଟି ଓଲଟି ପଡ଼ିଥିଲା । ଓଲଟିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲକୁ ନିଆଯିବା ବାଟରେ ହିଁ ଓଟିଭିର ଚିଫ୍ ରିପୋର୍ଟର୍ ଅରିନ୍ଦମ୍ ଙ୍କ ମୃତ୍ୟୁ ହୋଇଯାଇଥିଲା ।

Get real time updates directly on you device, subscribe now.