fbpx

ବୋଟ୍ ଦୁର୍ଘଟଣା: ଆଇସିୟୁରେ ଓଟିଭି କ୍ୟାମେରା ପର୍ସନ୍ , ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କୁ ରିସିଭ୍ ଡେଡ୍ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳୀରେ ହାତୀକୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ପଡ଼ିଥିଲା । ଏହା ଭିତରେ ସୂଚନା ମିଳିଛି ଯେ, ବୋଟ୍ ରେ ଓଟିଭିର ଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ ଥିବା କ୍ୟାମେରା ପର୍ସନ୍ ପ୍ରଭାତଙ୍କୁ ଉଦ୍ଧାର କରାଯାଇ ଏବେ ଏସସିବିରେ ଭର୍ତ୍ତି କରାଯାଇଛି । ତେବେ ସେ ଆଇସିୟୁରେ ରହିଛନ୍ତି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଅରିନ୍ଦମଙ୍କୁ ରିସିଭ୍ ଡେଡ୍ ବୋଲି ଘୋଷଣା କରାଯାଇଛି । ମହାନଦୀରେ ଆଜି ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର୍ ବୋଟ୍ ପାଣି ଭିତରକୁ ଯାଇଥିଲା । ସେ ସମୟରେ ଉକ୍ତ ବୋଟ୍ ରେ ଯବାନଙ୍କ ସହିତ ଓଟିଭିର ଦୁଇଜଣ ପ୍ରତିନିଧି ବି ରହିଥିଲେ । ସେମାନଙ୍କୁ ନେଇ କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ଓଟିଭି ଚିଫ୍ ରିପୋର୍ଟ ଅରିନ୍ଦମଙ୍କ ମୃତ୍ୟୁ ହୋଇଯାଇଛି । ଏନେଇ ଆଜି ଏସସିବିର ଜରୁରୀକାଳୀନ ଅଧିକାରୀ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.