fbpx

କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଗୋଗୀ ନିହତ, ରୋହିଣୀ କୋର୍ଟରେ ଦିନ ଦିପହରେ ଫାୟାରିଂ ବେଳେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଦିନ ଦିପହରରେ ଦିଲ୍ଲୀ ରୋହିଣୀ କୋର୍ଟ ଭଳି ଏକ ହାଇ ସିକ୍ୟୁରିଟିଯୁକ୍ତ କୋର୍ଟରେ ଫାୟାରିଂ ହୋଇଛି । ଏହି ଫାୟାରିଂ ରେ କୁଖ୍ୟାତ ଅପରାଧି ଗୋଗୀର ମୃତ୍ୟୁ ହୋଇଛ୍ରି । କୋର୍ଟ ଭିତରେ ଆଜି ଗୋଟିଏ ଗ୍ୟାଙ୍ଗ ଗୋଗୀକୁ ମାରିବା ପାଇଁ ଓକିଲ ବେଶରେ ଆସିଥିବା ବେଳେ ଫାୟାରିଂ ହୋଇଥିଲା । ଏଥିରେ ତାର ମୃତ୍ୟୁ ହୋଇଯାଇଛି । ରୋହିଣୀ କୋର୍ଟ କୁ କିଛି ଅପରାଧି ଓକିଲ ବେଶରେ ଆସିଥିଲେ ତେଣୁ ସୁରକ୍ଷା କର୍ମୀ ମାନେ ଚିହ୍ନି ପାରିନଥିଲେ ।

ପୋଲିସ୍ ର କହିବାନୁସାରେ, ଟିଲ୍ଲୁ ତାଜପୁରିଆ ଗ୍ୟାଙ୍ଗ ଓକିଲ ବେଶରେ ଗୋଗୀକୁ ମାରିବା ପାଇଁ ଆସିଥିଲେ । ତେବେ ପୋଲିସ୍ ଓ ଏହି ଗ୍ୟାଙ୍ଗ ମଧ୍ୟରେ ଫାୟାରିଂ ହୋଇଥିଲା । ଆଉ ଏଥିରେ ଗୋଗୀର ମୃତ୍ୟୁ ହୋଇଛି । ଏହି ଫାୟାରିଂ ପରେ କୋର୍ଟର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଦିଲ୍ଲୀ ପୋଲିସ୍ ଗ୍ୟାଙ୍ଗଷ୍ଟାର୍ ଚିତେନ୍ଦ୍ର ଓରଫ ଗୋଗୀକୁ ନେଇ ଏକ ମାମଲାର ଶୁଣାଣି ନେଇ ରୋହିଣୀ କୋର୍ଟକୁ ଆସିଥିଲେ । ଏହାରି ଭିତରେ ଓକିଲ ବେଶରେ ଆସିଥିବା ଅପରାଧି ମାନେ ଫାୟାରିଂ ଆରମ୍ଭ କରିଥିଲେ । ଆଉ ଅପରାଧିଙ୍କ ଗୁଳିର ଜବାବ ଦେବାକୁ ଯାଇ ପୋଲିସ୍ ବି ପାଲଟା ଫାୟାରିଂ କରିଥିଲା ।

ତେବେ ଫାୟାରିଂ ବେଳେ ଗୋଗୀକୁ ଗୁଳି ବାଜିଥିଲା । ଫଳରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ । ଗୋଗୀ ନାମରେ ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଛି । ସେ ତିହାଡ ଜେଲରେ କଏଦୀ ଭାବରେ ଥିଲା ।

 

Get real time updates directly on you device, subscribe now.