fbpx
BJD
BJD SKY
BJD SKY

ବର୍ଷାରେ ଧୋଇଯିବ କି ପାକିସ୍ତାନର ଫାଇନାଲ ଆଶା? ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ନହେଲେ କିଏ ଖେଳିବ Asia Cup Final

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପାକିସ୍ତାନ ପାଇଁ ସବୁଠାରୁ ମୁଣ୍ଡବିନ୍ଧାର କାରଣ ପାଲଟିଛି ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଏହା ୪୫ ଓଭର ବିଶିଷ୍ଟ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଟସ୍ ଜିତି ପ୍ରଥମେ ୧୩୦ ରନରେ ୫ଟି ୱିକେଟ ହରାଇଛି ପାକିସ୍ତାନ । ୨୭.୪ରେ ମ୍ୟାଚ ପହଞ୍ଚିଥିବା ବେଳେ ପୁଣିଥରେ ଆରମ୍ଭ ହୋଇଛି ମୂଷଳଧାରା ବର୍ଷା । ତେବେ ଏହି ମ୍ୟାଚରେ ବର୍ଷା ପାକିସ୍ତାନ ପାଇଁ ଫାଇନାଲ ଯିବା ରାସ୍ତାରେ ବଡ଼ କଣ୍ୟା ହୋଇ ଠିଆ ହୋଇପାରେ । କାରଣ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଲେ ପାକିସ୍ତାନ ହିଁ ଫାଇନାଲରୁ ବାଦ୍ ପଡ଼ିବ ଏବଂ ଭାରତ ବିପକ୍ଷରେ ଫାଇନାଲ କେଳିବ ଶ୍ରୀଲଙ୍କା ।

ଶେଷ ହେବାକୁ ବସିଲାଣି ଏସିଆ କପ୍-୨୦୨୩ । ସେପ୍ଟେମ୍ବର ୧୭ ତାରିଖରେ ଖେଳା ହେବାକୁ ଯାଉଛି ଫାଇନାଲ ମ୍ୟାଚ୍ । ପଏଣ୍ଟ ଟେବୁଲରେ ଆଗରେ ରହି ଫାଇନାଲରେ ପହଞ୍ଚି ସାରିଛି ଭାରତ । ଏବେ ଖାଲି ଅପେକ୍ଷା ଦ୍ୱିତୀୟ ଫାଇନାଲିଷ୍ଟକୁ । ତେବେ ଫାଇନାଲକୁ କିଏ ଯିବ । ଶ୍ରୀଲଙ୍କା ଯିବ ନା ପାକିସ୍ତାନ ଯିବ । କାରଣ ଏବେ ବର୍ଷା ଉଭୟ ଦଳଙ୍କ ପାଇଁ କାଳ ପାଲଟି ପାରେ । ମ୍ୟାଚରେ ଲଗାଣ ବର୍ଷା ସବୁ ଫଳାଫଳ ବିଗିଡ଼ି ଯାଇପାରେ । ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ସ୍ଥିତିରେ ରହିଥିବା ବେଳେ ପାକିସ୍ତାନ ଏବଂ ଶ୍ରୀଲଙ୍କ ମଧ୍ୟରୁ କେବଳ ଜଣେ ହିଁ ଫାଇନାଲରେ ପ୍ରବେଶ କରିବ । ଉଭୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ ବାଂଲାଦେଶ ସହ ଖେଳି ବିଜୟ ହାସଲ କରିଥିବା ବେଳେ ଭାରତ ସହ ପରାଜୟର ସାମ୍ନା କରିଛନ୍ତି । ତେଣୁ ଆଜି ମ୍ୟାଚର ପଳାଫଳ ଉଭୟଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି ।

ସେପଟେ ଯଦି ଦେଖିବା ଶୁକ୍ରବାର କଲୋମ୍ବୋରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚରେ ବଡ଼ ଆଶଙ୍କା ଆଣି ଦେଇଛି । ସବୁଠାରୁ ବଡ଼ କଥା ହେଉଛି ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ ପାକିସ୍ତାନ ଉପରେ ଖରାପ ପ୍ରଭାବ ପଡ଼ିପାରେ । ଯଦି ବର୍ଷା କାରଣରୁ ପଏଣ୍ଟ ଦେଖାଯାଏ ତେବେ ଶ୍ରୀଲଙ୍କା ଫାଇନାଲକୁ ଆପେ ଆପେ ଚାଲିଯିବ । କାରଣ ପାକିସ୍ତାନ ଅପେକ୍ଷା ଶ୍ରୀଲଙ୍କାର ପଏଣ୍ଟ/ରନ୍ ରେଟ୍ ଅଧିକ ରହିଛି । ଉଭୟ ଦଳ ପଏଣ୍ଟ ଟେବୁଲର ସମାନ ପଏଣ୍ଟ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ନେଟ ରନ୍ରେଟ ଶ୍ରୀଲଙ୍କା ଠାରୁ କମ୍ ରହିଛି । ତେଣୁ ବର୍ଷା ହେଲେ ପାକିସ୍ତାନ ଉପରେ ଘୋର ପ୍ରଭାବ ପଡ଼ିପାରେ । ଏଭଳି ପରିସ୍ଥିତିରେ ପାକିସ୍ତାନ ମ୍ୟାଚ ଖେଳି ଶ୍ରୀଲଙ୍କାକୁ ମାତ୍ ଦେବା ସହ ଫାଇନାଲକୁ ପ୍ରବେଶ କରିବାକୁ ଆଶା ରଖିବ ।

Get real time updates directly on you device, subscribe now.