fbpx
BSKY SKY
BSKY SKY

Alien-UFOକୁ ନେଇ NASAର ବଡ଼ ଖୁଲାସା: ୯ ମାସର ରିସର୍ଚ୍ଚ ପରେ ସାମ୍ନାକୁ ଆସିଲା ଦୁନିଆର ବଡ଼ ରିପୋର୍ଟ

BSKY

ନୂଆଦିଲ୍ଲୀ: ଏଲିଅନ ଓ ଅଜ୍ଞାତ ଉଡ଼ନ୍ତା ବସ୍ତୁ (ୟୁଫୋ)କୁ ନେଇ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଏହା ଉପରେ ରିସର୍ଚ୍ଚ କରିବା ପାଇଁ ପୂର୍ବରୁ ଏକ ବଡ଼ ଟିମ୍ ଗଠନ କରାଯାଇଥିଲା । ୯ ମାସ ଧରି କ୍ରମାଗତ ଭାବେ ଏହା ଉପରେ ଷ୍ଟଡି କରାଯିବା ପରେ ଆଜି ତା’ର ରିପୋର୍ଟ ଜାରି କରାଯାଇଛି ।

ୟୁଫୋ ବା ଅଜ୍ଞାତ ବିସଙ୍ଗତିପୂର୍ଣ୍ଣ ଘଟଣା (ୟୁଏପି) କ’ଣ ସେ ବାବଦରେ ଟିମ ନିକଟରେ କୌଣସି ତଥ୍ୟ ନାହିଁ । ମାତ୍ର ଏହାର ଅନ୍ୟ ଦୁନିଆ ସହିତ କୌଣସି ସମ୍ପର୍କ ନଥିବା ଟିମ୍ ନିଶ୍ଚିତ ହୋଇଛି । ଟିମ୍ ନିକଟରେ ଯେଉଁ ପ୍ରମାଣ ରହିଛି ତାହା ସେମାନଙ୍କର ଅନ୍ୟ ଦୁନିଆ ସହିତ ଥିବା ସମ୍ପର୍କ ଥିବା କଥା ସ୍ପଷ୍ଟ ହେଉନାହିଁ । ତେଣୁ ସେମାନଙ୍କର ସନ୍ଧାନ କରିବା ପାଇଁ ବୈଜ୍ଞାନିକମାନେ ଷ୍ଟଡି କରିବେ ବୋଲି ନାସା ପକ୍ଷରୁ କୁହାଯାଇଛି ।

ୟୁଏପି ଧରିତ୍ରୀ ଚାରିଦିଗରେ ବା ସେମାନଙ୍କର ବାୟୁମଣ୍ଡଳରେ ସୃଷ୍ଟି ହେବା ନେଇ ଏପରି କୌଣସି ପରିବେଶ ରହିଛି ନା ସେନେଇ ନାସା ଗବେଷଣା କରିବ । ଏଥିସହିତ ଏୟାର ଟ୍ରାଫିକ ମ୍ୟାନେଜମେଣ୍ଟ କାରଣରୁ ଆକାଶରେ କିଛି ପରିବର୍ତ୍ତନ ଘଟି ଏଲିଅନ ବା ୟୁଫୋ ଦେଖାଦେଇ ପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି । ତେବେ ସାଇଣ୍ଟିଫିକ ଟେକନିକର ପ୍ରୟୋଗ କରି ଏଲିଅନ ବା ୟୁଫୋର ସନ୍ଧାନ କରାଯିବ ବୋଲି ନାସା ପକ୍ଷରୁ ଦୃଢ଼ୋକ୍ତି କରାଯାଇଛି ।

ଉଚ୍ଚମାନର ଫଟୋ ବା ଭିଡିଓ ଉପଲବ୍ଧ ନଥିବା କାରଣରୁ ଏହି ୟୁଫୋଗୁଡ଼ିକୁ ବୁଝିବା ଆହୁରି ମୁସ୍କିଲ ହୋଇଯାଇଥାଏ । ଏହି ଜିନିଷ କୌଣସି ବିମାନ ବା ପ୍ରାକୃତିକ ଘଟଣା ସେନେଇ ଅନେକ ସମୟରେ କିଛି ବୁଝା ପଡ଼ିନଥାଏ । ସେଥିପାଇଁ ୧୬ ଲୋକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମରେ ସାଇଣ୍ଟିଫିକ, ଏରୋନେଟିକ୍ସ ଓ ଡେଟା ଆନାଲିଟିକ ଏକ୍ସପର୍ଟସଙ୍କୁ ସାମିଲ କରାଯାଇଥିଲା । ୟୁଏପି ବା ୟୁଫୋର ପଛରେ ରହିଥିବା ଲଜିକାଲ ଓ ସାଇଣ୍ଟିଫିକ ପରିଭାଷା ବା କାରଣକୁ ବୁଝିବା ତା’ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ତେବେ ଆମେରିକା ଏଲିୟନ ଓ ୟୁଫୋକୁ ନେଇ କିଛି ଲୁଚାଉଛି ବୋଲି ଏହା ପୂର୍ବରୁ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ଖୁଲାସା କରିଥିଲା । ମାତ୍ର ତାହାକୁ ଗ୍ରହଣ କରିବାକୁ ବିଶ୍ୱର ବୈଜ୍ଞାନିକ ଓ ଜନତା ପ୍ରସ୍ତୁତ ନଥିଲେ ।

 

Get real time updates directly on you device, subscribe now.