fbpx

ଟି-୨୦ ବିଶ୍ୱକପରେ ଖେଳିବେ କି ଋଷଭ ପନ୍ତ? IPL ପୂର୍ବରୁ ସଂକେତ ଦେଲେ BCCI ସଚିବ

ନୂଆଦିଲ୍ଲୀ: ୧୪ ମାସ ପରେ ଆଇପିଏଲ-୨୦୨୪ରେ କ୍ରିକେଟ ଦୁନିଆକୁ ଫେରୁଛନ୍ତି ଷ୍ଟାର କ୍ରିକେଟର ଋଷଭ ପନ୍ତ । ଏଥିପାଇଁ ବିସିସିଆଇ ପକ୍ଷରୁ ତାଙ୍କୁ ସବୁଜ ସଂକେତ ମଧ୍ୟ ମିଳିସାରିଛି । ଚଳିତବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଋଷଭ ପୁଣିଥରେ କ୍ରିକେଟ ପଡ଼ିଆରେ କମବ୍ୟାକ କରିବାକୁ ଯାଉଛନ୍ତି । ତେବେ ଆଇପିଏଲ ପାଇଁ ଅନୁମତି ମିଳିବା ପରେ ଟି-୨୦ ବିଶ୍ୱକପରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଜୁନ୍ ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପନ୍ତ ଭାରତ ପାଇଁ ଖେଳିପାରିବେ କି ନାହିଁ, ବିସିସିଆଇ ସଚିବ ଜୟ ଶାହ ସେ ନେଇ ସୂଚନା ଦେଇଛନ୍ତି ।

ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହ କହିଛନ୍ତି ଯେ, ପନ୍ତ ଖୁବ ଭଲ ବ୍ୟାଟିଂ ଏବଂ ୱିକେଟ କିପିଙ୍ଗ ମଧ୍ୟ କରୁଛନ୍ତି । ଯଦି ସେ ଟି-୨୦ ବିଶ୍ବକପ ଖେଳନ୍ତି, ତେବେ ଏହା ଆମ ପାଇଁ ବହୁତ ବଡ଼ କତା ହେବ । ସେ ଭାରତୀୟ ଦଳ ପାଇଁ ଜଣେ ମହତ୍ତ୍ୱପୂର୍ଣ୍ଣ ଖେଳାଳି । ତେବେ ଯଦି ସେ ୱିକେଟ କିପିଙ୍ଗ କରିପାରିବେ, ତେବେ ଟି-୨୦ ବିଶ୍ୱକପରେ ମଧ୍ୟ ତାଙ୍କୁ ସୁଯୋଗ ମିଳିପାରେ । ତେବେ ଆଇପିଏଲରେ ସେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ପଡ଼ିବ ।

ସେପଟେ ବିଶ୍ୱକପ କେଳିବା ନେଇ ଋଷଭ ପନ୍ତ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମୋତେ ଜଣା ନାହିଁ, ମୁଁ ଏଥିରେ କିପରି ରିଆକ୍ଟ କରିବି ଆଉ ଏହି ଅନୁଭବ ମୋ ପାଇଁ କିପରି ରହିବ । ମୁଁ କେବଳ ଏହାର ମଜା ନେବାକୁ ଚାହୁଁଛି । ମୁଁ ଏହାକୁ ନେଇ ଅଧିକ ଷ୍ଟ୍ରେସ ମଧ୍ୟ ନେଉନାହିଁ କିମ୍ବା ନିଜଠାରୁ ଅଧିକ ଆଗକୁ ଯିବାକୁ ମଧ୍ୟ ଚେଷ୍ଟା କରୁନାହିଁ । କେବଳ ପଜିଟିଭ ମାଇଣ୍ଡସେଟ୍ ସହ ଖେଳିବାକୁ ଚାହେଁ । ତେବେ ଆଗକୁ ଥିବା ସମ୍ଭାବନାକୁ ନେଇ ଚିନ୍ତିତ ରହିଛି । ଏହାଛଡ଼ା ଫ୍ୟାନ୍ସମାନେ ମୋ ପ୍ରତି ଯେଉଁ ଭଲପାଇବା ଦେଖାଇଛନ୍ତି, ସେଥିପାଇଁ ସେମାନଙ୍କୁ ମୁଁ ମନା କରିପାରିବି ନାହିଁ । ଏଭଳି କହି ଋଷଭ ପନ୍ତ ମଧ୍ୟ ବିଶ୍ୱକପରେ ଖେଳିବା ସମ୍ପର୍କରେ ସଂକେତ ଦେଇଛନ୍ତି । ତେବେ ୧୪ ମାସ ପରେ କ୍ରିକେଟ ମଇଦାନରେ ଋଷଭ ପନ୍ତଙ୍କୁ ପୁଣିଥରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି କ୍ରୀଡ଼ା ପ୍ରେମୀ ।

Get real time updates directly on you device, subscribe now.