fbpx
BJD SKY
BJD SKY

ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ସରକାରୀ ସଂସ୍ଥା ଜାରି କଲା ୱାର୍ଣ୍ଣିଂ, ତୁରନ୍ତୁ କରିନିଅନ୍ତୁ ଏହି କାମ

BJD

ନୂଆଦିଲ୍ଲୀ:ଯଦି ଆପଣ ଗୁଗଲ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣ ତୁରନ୍ତ ଏହି ୱେବ ବ୍ରାଉଜରକୁ ଅପଡେଟ୍ କରନ୍ତୁ । ସରକାରୀ ସଂସ୍ଥା CERT-In ପକ୍ଷରୁ ଏହି ବ୍ରାଉଜରକୁ ନେଇ ଏକ ୱାର୍ଣ୍ଣିଂ ଜାରି କରାଯାଇଛି । CERT-In  ଅନୁଯାୟୀ ଏହି ୱେବ ବ୍ରାଉଜରରେ କିଛି ଦୁର୍ବଳତା ରହିଛି ଯାହାର ଉପଯୋଗ କରି ହ୍ୟାକର୍ସ ୟୁଜର୍ସଙ୍କୁ ଟାର୍ଗେଟ୍ କରିପାରେ ।
ବହୁ ସଂଖ୍ୟାରେ ଲୋକମାନେ ଗୁଗଲ କ୍ରୋମ୍ ୟୁଜ୍ କରିଥାନ୍ତି । ପର୍ସନାଲ କମ୍ପ୍ୟୁଟରରେ ଏହା ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ୱେବ୍ ବ୍ରାଉଜର । ଏହାକୁ ନେଇ ସରକାରୀ ସଂସ୍ଥା ୱାର୍ଣ୍ଣିଂ ଜାରି କରିଛି । ଏହି ବ୍ରାଉଜରର ସୁରକ୍ଷା ବ୍ୟବସ୍ଥାରେ ଏକ ଦୁର୍ବଳତା ରହିଛି ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ପ୍ରଭାବିତ କରିପାରେ । ଏହି ଦୂର୍ବଳତାକୁ ନେଇ CERT-In ୱାର୍ଣ୍ଣିଂ ଜାରି କରିଛି ।

୮ ମାର୍ଚ୍ଚରେ ରିଲିଜ୍ ଏକ ରିପୋର୍ଟରେ ଏହି ଦୂର୍ବଳତା ବିଷୟରେ ସୂଚନା ଦିଆଯାଇଛି ।CERT-In  ପକ୍ଷରୁ କୁହାଯାଇଛି କି ଗୁଗଲ କ୍ରୋମ୍‌ର ବହୁ ନିରାପତ୍ତା ଦୂର୍ବଳତା ସ୍ପଟ୍ କରାଯାଇଛି ଯାହାର ଫାଇଦା ଜଣେ ଦୂରରୁ ଉଠାଇ ପାରିବ । CERT-In  କହିଛି ସାଇବର ଅପରାଧୀ ଏହି ଦୂର୍ବଳତା ଜରିଆରେ ଆର୍ବିଟ୍ରାରୀ କୋଡ୍ ପରିଚାଳନା କରିପାରିବ କିମ୍ବା ଡିଓଏସ୍‌(ସେବା ବନ୍ଦ)ର ଉପଯୋଗ କରି ଆପଣଙ୍କ ସିଷ୍ଟମକୁ ଟାର୍ଗେଟ କରିପାରିବ । ତେବେ ଗୁଗଲ କ୍ରୋମ୍ ବ୍ରାଉଜରରେ ଏହି ସମସ୍ୟା – ବିଭାଗରେ ଥିବା ୟୁଜ୍ ଆଫ୍ଟର ଫ୍ରି ଏରର କାରଣରୁ ଉପୁଜିଛି ।
ତେବେ ଗୁଗଲ ଏହି ଦୁର୍ବଳତାକୁ ସ୍ୱୀକାର କରିଛି ଓ ଗୁଗଲ କ୍ରୋମ୍‌ର ନୂଆ ଭର୍ସନ ରିଲିଜ୍ କରିଦେଇଛି । ତେଣୁ ଏହାକୁ ଶୀଘ୍ର ଅପଡେଟ୍ କରିବା ଆପଣଙ୍କ ପାଇଁ ଉଚିତ ହେବ ।
ଏଥିପାଇଁ କ’ଣ କରିବାକୁ ହେବ:
୧-ପ୍ରଥମେ ଗୁଗଲ କ୍ରୋମ୍‌କୁ ଓପନ କରନ୍ତୁ । ଏହାପରେ ଉପରକୁ ଡାହାଣ ପଟ କୋଣରେ ନଜର ଆସୁଥିବା ୩ ଡଟ୍ ଉପରେ କ୍ଲିକ୍ କରି ସେଟିଂକୁ ଯାଆନ୍ତୁ ।
୨-ଏଠାରେ ଆପଣ ଏବାଉଟ୍ କ୍ରୋମ୍ ବିକଳ୍ପକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ରିସେଟ୍ ଅପଡେଟ୍ ବିଷୟରେ ସୂଚନା ମିଳିଯିବ । ଏଠାରୁ ଆପଣ ଲାଟେଷ୍ଟ ଭର୍ସନ ଡାଉନଲୋଡ୍‌୍ ଓ ଇନଷ୍ଟଲ କରିପାରିବେ ।
୩-ଏହାପରେ ଆପଣ ନିଜ ସିଷ୍ଟମକୁ ରିଷ୍ଟାର୍ଟ କରନ୍ତୁ ।

Get real time updates directly on you device, subscribe now.