fbpx

(Video) ଏସିଏଫ୍ ସୌମ୍ୟ, ସୁଶାନ୍ତଙ୍କୁ ନ୍ୟାୟ ମିଳିଲାନି, ସୌମ୍ୟଙ୍କୁ ମିଳିବ ତ? ସୁଇସାଇଡ୍ ନୋଟ୍ କହୁଛି ପ୍ରେମିକା ଦାୟୀ, ଜେରା କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣକୁ ହତ୍ୟା କରିବା ଆଉ ହତ୍ୟା କରିବାକୁ ଉସୁକାଇବା ଉଭୟ ଅପରାଧ । ତେବେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାରେ ଏହା ଦେଖିବାକୁ ମିଳିଛି । ସୌମ୍ୟଙ୍କ ସୁଇସାଇଡ୍ ନୋଟରେ ତାଙ୍କର ପ୍ରେମିକା ସୋନାଲିଙ୍କ ନାଁ ରହିଥିଲେ ହେଁ ଏପର୍ଯ୍ୟନ୍ତ ପୋଲିସ ତାଙ୍କୁ ଜେରା କରିନାହିଁ । ସୌମ୍ୟଙ୍କୁ ଆତ୍ମହତ୍ୟା ପାଇଁ ଉସୁକା ଯାଇଥିବା ନେଇ ସୌମ୍ୟଙ୍କ ପରିବାର ବର୍ଗ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ସୌମ୍ୟଙ୍କୁ ନ୍ୟାୟ ମିଳିବ ନା ଅତୀତର ଅନେକ ଘଟଣା ପରି ଏହା ପରଦା ତଳେ ଚାପି ହୋଇ ରହିଯିବ ତାହା ହେଉଛି ଏକ ବିରାଟ ପ୍ରଶ୍ନବାଚୀ ।

ପାରଳାଖେମୁଣ୍ଡିର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କର ଧର୍ମପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରାଯାଇଥିଲା । ସୌମ୍ୟ ନିଆଁରେ ପୋଡ଼ି ହୋଇ ଯାଉଥିବା ବେଳେ ବିଦ୍ୟାଭାରତୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ସେହିପରି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେୟସୀ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା । ତେବେ ଉଭୟେ ବିଦ୍ୟାଭାରତୀ ଓ ରିୟା ପରବର୍ତ୍ତୀ ସମୟରେ ମୁକୁଳି ଯାଇଥିବା ବେଳେ ସୌମ୍ୟ ଓ ସୁଶାନ୍ତଙ୍କ ପରିବାର ଆଜି ବି ନ୍ୟାୟ ପାଇନଥିବା ଅଭିଯୋଗ କରିଛନ୍ତି । ସେହିପରି ମଡେଲ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କର ପ୍ରେମିକାଙ୍କୁ କେବେ ଜେରା କରାଯିବ, ତାଙ୍କର ପରିବାର ନ୍ୟାୟ ପାଇବେ ତ? ସୌମ୍ୟ, ସୁଶାନ୍ତ ଓ ସୌମ୍ୟ (ଏସଏସଏସ)ଙ୍କୁ କେବେ ନ୍ୟାୟ ମିଳିବ?

Get real time updates directly on you device, subscribe now.