fbpx
BSKY
BJD MC SKY
BJD YOUTH SKY

ଶବ ପିଇଯାଉଛି ମଦ! କବର ଭିତରୁ ବାହାରିଲା ଖାଲି ବୋତଲ-ପାଉଚ୍

ନୂଆଦିଲ୍ଲୀ: କବରସ୍ତାନ ବି ଏବେ ସୁରକ୍ଷିତ ନାହିଁ । ଭଙ୍ଗା କବର ଭିତରୁ ବାହାରୁଛି ମଦ ବୋତଲ ଆଉ ପାଉଚ୍ । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଦେଇଛି । ବନ୍ଦ କବର ଭିତରେ କିଏ ପିଉଛି ମଦ? ଏହି ପ୍ରଶ୍ନକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମାମଲା ଜାଣିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କବର ଭିତରୁ ଖାଲି ମଦ ବୋତଲ ଏବଂ ପାଉଚ୍ ଜବତ କରିଛି । ତେବେ କବର ଭିତରେ ଥିବା ଶବ ଏହି ମଦ ପିଉଛି ବୋଲି ସବୁଆଡେ ଆଲୋଚନା ହେଉଛି ।

ପ୍ରକୃତରେ ଘଟଣାଟି ହେଉଛି ବିହାରରେ । ଏଠାରେ ମଦ ଉପରେ ବ୍ୟାନ ଲାଗିଥିବା ବେଳେ ମାଫିଆମାନେ ଏହାକୁ ବିକ୍ରି କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ଚେରା ମଦ କେଉଁଠି ଲୁଚାଇବେ, ସେଥିପାଇଁ ସବୁଆଡେ ସୁରକ୍ଷିତ ଜାଗା ଖୋଜା ଚଳାଇଛନ୍ତି ମାଫିଆ । କୂଅରୁ ଆରମ୍ଭ କରି ପୋଖରି ପର୍ଯ୍ୟନ୍ତ ସେମାନେ ମଦ ଲୁଚାଇବା କାମରେ ବ୍ୟବହାର କରି ସାରିଛନ୍ତି । କିନ୍ତୁ ବର୍ତ୍ତମାନ ସେମାନେ ଏକ ନୂଆ ଜାଗା ଖୋଜି ପାଇଛନ୍ତି । ଚୋରା ମଦକୁ ଲୁଚାଇବା ପାଇଁ ରୋହତାସ ଜିଲ୍ଲାର ସାସାରାମ ଅଞ୍ଚଳର କବରସ୍ତାନକୁ ବାଛି ନେଇଛନ୍ତି । ଏଠାକାର କବରସ୍ତାନରୁ ପୋଲିସ ବସ୍ତା ବସ୍ତା ମଦ ବେତଲ ଜବତ କରିଛି । ଏହାସହିତ ଘଟଣାସ୍ଥଳରୁ ମଦ ପ୍ରସ୍ତୁତ କରିବାର ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ତେବେ ଆଜି ଶବ ସତ୍କାର କରିବାକୁ ମଶାଣୀରେ ପହଞ୍ଚିଥିବା ବେଳେ କିଛି ଲୋକ କବର ତଳେ କିଛି ବସ୍ତା ପଡିଥିବାର ଦେଖିବାକୁ ପାଇଥିଲେ । ତେବେ ବସ୍ତା ଖୋଲିବା ପରେ ଏଥିରୁ କେବଳ ଖାଲି ମଦ ବୋତଲ ଏବଂ ଦେଶୀ ମଦ ପାଉଚ ପାଇଥିଲେ ସ୍ଥାନୀୟ ଲୋକେ । ଏହାପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବସ୍ତା ଖୋଲିବା ସହ ମଦ ଜବତ କରିଛି । ତେବେ ସେଠାକାର କିଛି ଲୋକ ମଦ ପ୍ରସ୍ତୁତ କରି ଏବଂ ବିକୁଥିବା ନେଇ ପୋଲିସକୁ ସୂଚନା ମିଳିଛି ।

Get real time updates directly on you device, subscribe now.