fbpx
BSKY
BJD SHG SKY
BJD YOUTH SKY

୧୧୬ ବର୍ଷ ପୂର୍ବେ ହୋଇଥିଲା ଦେଶର ପ୍ରଥମ ଟ୍ରେନ୍ ଦୁର୍ଘଟଣା !

ଭୁବନେଶ୍ୱର : ଟ୍ରେନ୍ ରେ ଯାତ୍ରା କରିବାକୁ ଆଜି ବି ଲୋକ ସୁକ୍ଷିତ ମନେ କରନ୍ତି । କିନ୍ତୁ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ପୁରା ବିଶ୍ୱବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାରେ ସରକାରୀ ବିବୃତ୍ତି ଅନୁଯାୟୀ ୨୭୫ ଜଣଙ୍କ ଜୀବନ ହାନି ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ଦୁର୍ଘଟଣା ପାଇଁ କିଏ ଦାୟୀ? ଯଦିଓ ଲୋକପାଇଟ୍ ଗ୍ରୀନ୍ ସିଗନାଲ ମିଳିଥିଲା ବୋଲି କହି ଦୋଷ ଛଡାଇ ଦେଇଥିଲେ, ତଥାପି କାହା ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଲା ତାହାକୁ ନେଇ ଏବେ ସିବିଆଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ।

ତେବେ ଟ୍ରେନ୍ ଦୁର୍ଘଟଣା ଦେଶରେ ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଟ୍ରେନ୍ ଦୁର୍ଘଟଣା ଘଟିଛି । ୧୯୮୧ ମସିହାରେ ବିବାହର ଏକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ବଗମତି ନଦୀ ପୋଲ ତଳକୁ ଟ୍ରେନ୍ ଟି ଖସିପଡିଥିଲା । ସେହି ସମୟରେ ଏହି ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୭୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ଯଦି ଆମେ ଦେଶର ଟ୍ରେନ୍ ଦୁର୍ଘଟଣା ବିଷୟରେ ତଥ୍ୟ ଖୋଜିବା, ତେବେ ପ୍ରଥମ ଟ୍ରେନ୍ ଦୁର୍ଘଟଣା ୧୯୦୭ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଗୋଟିଏ ଟ୍ରେନ୍ ଉପରେ ଅନ୍ୟ ଟ୍ରେନ୍ ଉପରେ ମାଡି ଯାଇଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ଅକ୍ଟୋବର ୨୪ରେ କୋଟ ଲଖପତି ଯାହା ବର୍ତ୍ତମାନ ପାକିସ୍ତାନର ଏକ ଅଞ୍ଚଳରେ ଘଟିଥିଲା । ଏଥିରେ ୨୭ ଜଣ ଆହତ ହୋଇଥିଲା ।

ଟ୍ରେନ୍ ଦିୁର୍ଘଟଣା ସାଂଘାତିକ ମାମଲା । ଟ୍ରାକ୍ ଉପରେ ଠିଆ ହୋଇଥିବା ଗୋଟିଏ ଗାଡି ଉପରେ ଅନ୍ୟ ଗାଡି କିପରି ଚଢିଯାଉଛି ତାହା ଚିନ୍ତାର କାରଣ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହାକୁ ରୋକା ଯିବ କିଭଳି ? ରିପୋର୍ଯ ଅନୁଯାୟୀ ଗତ ୮ ବର୍ଷ ମଧ୍ୟରେ ଦୁଇଟି ଟ୍ରେନ୍ ପରସ୍ପର ଧକ୍କା ହେବା ୨୨ଟି ମାମଲା ସାମ୍ନାକୁ ଆସିଛି । ତେବେ ଏହି ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ମାମଲାରେ ଦୃଢ କାର୍ଯାନୁଷ୍ଠାନ ନିଆଯାଉଛି କି ନାହିଁ ଦେଖିବା ବାକି ରହିଲା ।

 

Get real time updates directly on you device, subscribe now.