fbpx

ଓଜନ ବୃଦ୍ଧି ନୁହେଁ ବରଂ ଓଜନ ହ୍ରାସ କରେ ଆମ୍ବ, ବାସ୍ ଜାଣି ନିଅନ୍ତୁ କିପରି ଓ କେଉଁ ସମୟରେ ଖାଇଲେ ହେବ ଫଳପ୍ରଦ

ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ସ୍ୱାଦିଷ୍ଟ ଲାଗିବା ସହିତ ଏହା ପୋଷକ ତତ୍ତ୍ୱରେ ମଧ୍ୟ ଭରପୁର ହୋଇଥାଏ । କିନ୍ତୁ ପ୍ରାୟ ସମୟରେ ଲୋକମାନେ ଭାବିଥାନ୍ତି ଆମ୍ବ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ । ତେବେ ଆମ୍ବକୁ ସଠିକ୍ ସମୟରେ ଏବଂ ସଠିକ୍ ଉପାୟରେ ଖାଇବା ଦ୍ୱାରା ଓଜନ ବୃଦ୍ଧି ନୁହେଁ ବରଂ ଓଜନ ହ୍ରାସ ଘଟିଥାଏ ।
ଏବେ ମାର୍କେଟ୍ ରେ ଅଲଗା ଅଲଗା ପ୍ରକାରର ଆମ୍ବ ମିଳୁଛି । ଆମ୍ବକୁ ଫଳର ରାଜା କୁହାଯାଏ । କାରଣ ସ୍ୱାଦିଷ୍ଟ ହେବା ସହିତ ଏହା ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ବି ହୋଇଥାଏ । କିନ୍ତୁ ଲୋକମାନେ ଭାବିଥାନ୍ତି ଆମ୍ବ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ । କିନ୍ତୁ ସଂପୂର୍ଣ୍ଣ ଭାବରେ ଭୁଲ୍ ଧାରଣା । କାରଣ ଯଦି ଆପଣ ସଠିକ୍ ସମୟରେ ଓ ସଠିକ୍ ଉପାୟରେ ଆମ୍ବ ଖାଇବେ ତେବେ ଏହା ଖାଇବା ଦ୍ୱାରା ଓଜନ ବୃଦ୍ଧିକୁ ରୋକାଯାଇ ପାରିବ । ଆମ୍ବରେ ସମସ୍ତ ଜରୁରୀ ଭିଟାମିନ୍ ଓ ମିନେରାଲ୍ସ ରହିଛି । ଏହା ବ୍ଲଡ ସୁଗାର ନିୟନ୍ତ୍ରଣରେ ରଖିବାରେ ବି ଲାଭଜନକ ସାବ୍ୟସ୍ତ ହୋଇଥାଏ ।
ଏକ କପ୍ କଟା ଆମ୍ବରେ ୯୯ କ୍ୟାଲୋରୀ, ୧.୪ ଗ୍ରାମ ପ୍ରୋଟିନ୍, ୨୫ ଗ୍ରାମ କାର୍ବ, ୨୨.୫ ଗ୍ରାମ ସୁଗାର, ୨.୬ ଗ୍ରାମ ଫାଇବର, ୬୭% ଭିଟାମିନ୍ ସି, ୧୮% ଫୋଲେଟ୍, ୧୦ % ଭିିଟାମିନ୍ ଏ, ୧୦% ଭିଟାମିନ୍ ଇ ରହିଥାଏ । ଏଡା ବ୍ୟତିତ ଏଥିରେ କିଛି ମାତ୍ରାରେ କ୍ୟାଲସିୟମ୍, ଜିଙ୍କ ଓ ଆଇରନ୍ ଓ ମ୍ୟାଗ୍ନେସିୟମ ମଧ୍ୟ ରହିଥାଏ ।
ଡାଇବେଟିସ୍ ରୋଗୀଙ୍କ ଲାଗି ଉପଯୁକ୍ତ :
କୌଣସି ବି ଖାଦ୍ୟର ରକ୍ତ ଶର୍କରା ଉପରେ ପ୍ରଭାବକୁ ଗ୍ଲାଇସେମିକ୍ ଇଣ୍ଡେକ୍ସ ର୍ୟାଙ୍କ ମାଧ୍ୟମରେ ଜଣାଯାଇଥାଏ । ଏହାକୁ ୦-୧୦୦ ସ୍କେଲ୍ରେ ମପା ଯାଇଥାଏ । ୫୫ରୁ କମ୍ ର୍ୟାଙ୍କର କୌଣସି ବି ଖାଦ୍ୟକୁ ଏହି ସ୍କେଲ୍ରେ କମ୍ ସୁଗାର ବିଶିଷ୍ଟ ବୋଲି ମନେ କରାଯାଏ । ଏହିପରି ଖାଦ୍ୟକୁ ଡାଇବେଟିସ୍ ରୋଗୀଙ୍କ ଲାଗି ଉପଯୁକ୍ତ ମନେ କରାଯାଏ । ଆମ୍ବର ଜିଆଇ ର୍ୟାଙ୍କ ୫୧ ଅଟେ ଅର୍ଥାତ୍ ଡାଇବେଟିସ୍ ରୋଗୀ ମଧ୍ୟ ଏହା ଖାଇପାରିବେ ।
ଓଜନ କମ୍ କରିବାକୁ କିପରି ଖାଇବେ:
ଆମ୍ବରେ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଓ ଫାଇବର ଭରି ରହିଛି । ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆମ୍ବ ଖାଇପାରିବେ କିନ୍ତୁ ଚେଷ୍ଟା କରିବେ ଏହା ସୀମିତ ମାତ୍ରାରେ ଖାଇବାକୁ । ତେବେ ଅଧିକ ମାତ୍ରାରେ ଆମ୍ବ ଖାଇବା ଦ୍ୱାରା ଏହାର ଖରାପ ପ୍ରଭାବ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିପାରେ ।
ଖାଇ ସାରିବା ପରେ କେବେ ବି ଆମ୍ବ ଖାଆନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ଶରୀରକୁ ଅଧିକ କ୍ୟାଲୋରୀ ଯାଇପାରେ । ସର୍ବଦା ଦ୍ୱିପ୍ରହର ସମୟରେ ଆମ୍ବ ଖାଆନ୍ତୁ । ଆପଣ ଚାହିଁଲେ ସ୍ନାକ୍ସ ପରି ମଧ୍ୟ ଆମ୍ବ ଖାଇପାରିବେ । ଯଦି ଆପଣ ସ୍ନାକ୍ସ ଭାବରେ ଏକ ଗିନା ଆମ୍ବ ଖାଇବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ବେଶ୍ ଲାଭଦାୟକ ହେବ । ଆମ୍ବରେ ଭରପୁର ମାତ୍ରାରେ ଡାଏଟ୍ରୀ ଫାଇବର ମହଜୁଦ ରହିଛି । ଆମ୍ବ ଏନର୍ଜି ବୁଷ୍ଟର ଭାବରେ କାମ କରିଥାଏ । ଏହାକୁ ପ୍ରି ୱାର୍କଆଉଟ୍ ଫୁଡ୍ ଭାବରେ ମଧ୍ୟ ଖିଆ ଯାଇପାରେ ।
ଆମ୍ବର ଜୁସ୍ କିମ୍ବା ଆମ୍ବ ଶେକ୍ ପ୍ରସ୍ତୁତ କରିବା ପରିବର୍ତ୍ତେ ଏହାକୁ ସାଧାରଣ ଭାବରେ ଖାଆନ୍ତୁ । ଜୁସ୍ ପ୍ରସ୍ତୁତ କରିବା ଦ୍ୱାରା ଏଥିରେ ଥିବା ଫାଇବର ନଷ୍ଟ ହୋଇଯାଏ ।

 

Get real time updates directly on you device, subscribe now.