fbpx

ଏହି ସବୁ ସ୍ଥାନରେ ଖୁବ ଶସ୍ତାରେ ବିକ୍ରି ହୁଏ ମଦ: ମୂଲ୍ୟ ଜାଣିଲେ ବିଶ୍ୱାସ ବି ହେବନି

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ରାଜ୍ୟରେ ମଦର ଅଲାଗ ଅଲଗା ରେଟ୍ ରହିଛି । ଏହାର କାରଣ ହେଉଛି ସେଠାରେ ମଦ ଉପରେ ଲଗାଯାଇଥିବା ବିଭିନ୍ନ ଟ୍ୟାକ୍ସ । ତେଣୁ ମଦ ବୋତଲର ମୂଲ୍ୟ ଗୋଟିଏ ରାଜ୍ୟରେ ୧୦୦ ଟଙ୍କା ହୋଇଥିବା ବେଳେ ଅନ୍ୟ ରାଜ୍ୟରେ ୫୦୦ ରୁ ଅଧିକ ହୋଇପାରେ । ଆପଣ ଜାଣିଛନ୍ତି କି ଦେଶରେ ସବୁଠାରୁ ଶସ୍ତା ମଦ କେଉଁଠାରେ ମିଳୁଛି? ଆସନ୍ତୁ ଜାଣିବା…

ଲୋକଙ୍କ ମଧ୍ୟରେ ଏକ ଧାରଣା ରହିଛି ଯେ, ଦିଲ୍ଲୀ-ହରିୟାଣାରେ ସବୁଠାରୁ ଶସ୍ତା ମଦ ମିଳୁଛି । ତେଣୁ ମଦ୍ୟପାନକାରୀଙ୍କ ପାଇଁ ଗୋଆ ମଧ୍ୟ ସ୍ୱର୍ଗଠାରୁ କମ୍ ନୁହେଁ । ଯଦି ଏହି ରାଜ୍ୟଗୁଡିକରେ ସବୁଠାରୁ ଶସ୍ତା ମଦ ମିଳୁଛି, ତେବେ କେଉଁ ରାଜ୍ୟରେ ମହଙ୍ଗା ମଦ ମିଳୁଛି ତାହା ଖୁବ୍ କମ୍ ଲୋକ ଜାଣନ୍ତି । ଏହା ଜାଣିବା ପାଇଁ ‘ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ’ ଏକ ଅଧ୍ୟୟନ କରିଛି ।

ଗୋଆରେ ମଦ ଉପରେ ୪୯% ଟ୍ୟାକ୍ସ ଆଦାୟ କରାଯାଏ :-

ଗୋଆରେ ମଦର ଏମଆରପି ଉପରେ ୪୯% ଟିକସ ଆଦାୟ କରାଯାଏ । ଏହା ଆପଣଙ୍କ ପାଇଁ ଅଧିକା ପରି ମନେହୁଏ, କିନ୍ତୁ ବାସ୍ତବରେ ଏହା ି ଦେଶର ଅନ୍ୟତମ ରାଜ୍ୟ ଯେଉଁଠାରେ ମଦ ଉପରେ ଟିକସ ସର୍ବନିମ୍ନ ରହିଛି । ତେଣୁ ଗୋଆ କେବଳ ପର୍ୟ୍ୟଟକଙ୍କ ପାଇଁ ସ୍ୱର୍ଗ ନୁହେଁ ବରଂ ମଦ୍ୟପାନକାରୀଙ୍କ ପାଇଁ ମଧ୍ୟ ଏକ ସ୍ୱର୍ଗ ଅଟେ । ନିକଟବର୍ତ୍ତୀ ରାଜ୍ୟ ତୁଳନାରେ କମ୍ ଟିକସ ହେତୁ ଅନେକ ଲୋକ ନିଜର ସଉକ୍ ପୂରଣ କରିବାକୁ ଗୋଆ ଯାଆନ୍ତି ।
ଗୋଆ ଅପେକ୍ଷା ହରିୟାଣା ମଦ ଉପରେ କମ୍ ଟିକସ ଆଦାୟ କରେ । ଏଠାରେ ମଦ ଉପରେ ଟିକସ ହାର ମାତ୍ର ୪୭ ପ୍ରତିଶତ ଥିବାବେଳେ ଦେଶର ରାଜଧାନୀ ଦିଲ୍ଲୀରେ ମଦ ଉପରେ ୬୨ ପ୍ରତିଶତ ଟିକସ ଲାଗିଥାଏ ।

ସବୁଠାରୁ ଦାମୀ ମଦ କର୍ଣ୍ଣାଟକରେ ମିଳୁଛି :-

କର୍ଣ୍ଣାଟକ ରାଜ୍ୟ ବୋଧହୁଏ ଦେଶରେ ମଦ ଉପରେ ସର୍ବାଧିକ ଟିକସ ଲାଗୁ କରିଛି । ଏଠାରେ ଏମଆରପି ଉପରେ ଟିକସ ହାର ୮୩% ରହିଛି । ଏହାର ଅର୍ଥ ହେଉଛି ଗୋଆରେ ୧୦୦ ଟଙ୍କା ମୂଲ୍ୟର ଏମଆରପିରେ ଯେଉଁ ବୋତଲ ମିଳୁଛି, ତାହା କର୍ଣ୍ଣାଟକରେ ୫୦୦ ରୁ ଅଧିକ ମୂଲ୍ୟରେ ମିଳିପାରେ । ଦିଲ୍ଲୀରେ ସମାନ ବୋତଲର ମୂଲ୍ୟ ୧୩୪ ଟଙ୍କା ଏବଂ ହରିୟାଣାରେ ୧୪୭ ଟଙ୍କା ହୋଇପାରେ ।

ଏପରିକି ମହାରାଷ୍ଟ୍ରରେ ମଧ୍ୟ ଏମଆରପିରେ ୭୧ ପ୍ରତିଶତ ଟିକସ ରହିଛି । ଏହାର ଅର୍ଥ ଗୋଆରେ ୧୦୦ ଟଙ୍କାରେ ଉପଲବ୍ଧ ମଦ ବୋତଲ ମହାରାଷ୍ଟ୍ରରେ ୨୨୬ ଟଙ୍କା ଏବଂ ତେଲେଙ୍ଗାନାରେ ୨୪୬ ଟଙ୍କା ହେବ, କାରଣ ସେଠାରେ ଏମଆରପି ଉପରେ ୬୮ ପ୍ରତିଶତ ଟିକସ ରହିଛି ।

ଯଦି ଗୋଆରେ କୌଣସି ମଦ ମୂଲ୍ୟ ୧୦୦ ଟଙ୍କା ରହିଛି ତେବେ ଏହି ୮ ଟି ରାଜ୍ୟରେ ଏହାର ମୂଲ୍ୟ ଏପରି ରହିବ…

ଗୋଆ – ୧୦୦ ଟଙ୍କା
ଦିଲ୍ଲୀ – ୧୩୪ ଟଙ୍କା 
ହରିୟାଣା – ୧୪୭ ଟଙ୍କା
ଉତ୍ତରପ୍ରଦେଶ – ୧୯୭ ଟଙ୍କା
ରାଜସ୍ଥାନ – ୨୧୩ ଟଙ୍କା
ମହାରାଷ୍ଟ୍ର – ୨୨୬ ଟଙ୍କା 
ତେଲେଙ୍ଗାନା – ୨୪୬ ଟଙ୍କା 
କର୍ଣ୍ଣାଟକ – ୫୧୩ ଟଙ୍କା 

Get real time updates directly on you device, subscribe now.