fbpx

ଓଲଟି ପଡିଲା ମଦ ଭର୍ତ୍ତି ଟ୍ରକ, ତା’ପରେ ଦେଖନ୍ତୁ ଲୋକଙ୍କ କାରନାମା .

ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ମଦ ଭର୍ତ୍ତି ଟ୍ରକ୍ ଓଲଟି ପଡିଛି । ଏହାପରେ ଲୋକଙ୍କର ସତେ ଯେପରି ଲଟେରୀ ଲାଗିଛି । ଯିଏ ଯାହା ହାତରେ ପାଇଲେ ସେଥିରେ ପୁରାଇ ବୋହି ନେବାରେ ଲାଗିଲେ ମଦ । କିଏ ହାତରେ ଧରି ନେଲାଣି ତ ଆଉ କିଏ ବାକ୍ସ ଆଣି ଭର୍ତ୍ତି କରିବାରେ ଲାଗିଲାଣି ।

ତେବେ ଏହି ଭିଡିଓଟି ଆସାମର ସେପୋପ ଅଞ୍ଚଳରୁ ଆସିଛି । ସେଠାରେ ଅତିକ୍ରମ କରୁଥିବା ଏକ ମଦ ଭର୍ତ୍ତି ଟ୍ରକ୍ କୌଣସି କାରଣ ବଶତଃ ଓଲଟି ପଡିଥିଲା, ଯାହାର ସୁଯୋଗ ନେଇ ଲୋକମାନେ ମଦ ଲୁଟ କରିବାରେ ଲାଗିପଡିଲେ । ମାଗଣା ମଦ ଛାଡୁଛି ବା କିଏ ।

ଏପରି ଲୁଟ ଆରମ୍ଭ ହେଲା ଯେ, ଲୋକମାନେ ଆଉ ହାତରେ ନଆଣି ପେଟିରେ ବୋହିବାକୁ ଲାଗିଲେ । ରାସ୍ତାରେ ଯାଉଥିବା ଲୋକେ ଗାଡି ରଖି ମଦ ନେବାରେ ଲାଗିଲେ । ମଦ ନେଇ ଲୋକମାନେ ଚାଲିଗଲେ, କିନ୍ତୁ ଗାଡି ସେମତି ଓଲଟି ପଡିଛି ।

 

Get real time updates directly on you device, subscribe now.