ନୂଆଦିଲ୍ଲୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଆସନ୍ତା 16 ତାରିଖରୁ ମାର୍ଗଶୀର ମାସ ଆରମ୍ଭ ହେବ । ତେବେ ନଭେମ୍ବର 16ତାରିଖରୁ ଓଡିଶାରେ ଶୀତ ଅନୁଭୂତ ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତାପମାତ୍ରା ହ୍ରାସ ପାଇବା ସହିତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା 2ରୁ 4 ଡିଗ୍ରୀ ହ୍ରାସ ପାଇବ ।
ପାଣପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଉତ୍ତରା ଲହରୀ ପ୍ରଭାବିତ ହେଉ ନାହିଁ । ତେଣୁ ରାଜ୍ୟରେ ଶୀତ ଅନୁଭୂତ ହେଉ ନାହିଁ । ଶୀତ ଆରମ୍ଭ ହୋଇସାରିଥିଲେ ସୁଦ୍ଧା ପ୍ରକୋପ ଅନୁଭୂତ ହେଉ ନାହିଁ । ଯଦି ଦେଖିବା କନ୍ଧମାଳ, ସମେତ ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗବାଡିରେ ତାପମାତ୍ରା 16 ଡିଗ୍ରୀ ତଳେ ରହିଛି । ତେବେ ଶୀତ ଅନୁଭୂତ ହେଉନଥିଲେ ମଧ୍ୟ ଅନେକ ସ୍ଥାନରେ କୁହୁଡିର ଚାଦର ଦେଖାଯାଇଛି । ପ୍ରକାଶଥାଉକି, ଗତକାଲି ରାତିରେ କିଛି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 14 ଡିଗ୍ରୀ ରେକର୍ଡ କରାଯାଇଥିଲା । ତେବେ ଆସନ୍ତା 16ରୁ ତାପମାତ୍ରା ଖସିବା ନେଇ କୁହାଯାଇଥିଲେ ହେଁ କେତେ ଶୀତ ହେବ ବା ତାପମାତ୍ରା କମିକ ସେନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ ।