fbpx

ଦହି, ଲହୁଣୀ ସହିତ… ପ୍ରଭୁ ଶ୍ରୀରାମଙ୍କୁ ଲାଗି ହେବ ଏହିସବୁ ବ୍ୟଞ୍ଜନ: ଅଯୋଧ୍ୟାକୁ ଆସିବ ଏହି ଉପହାର

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତ କରାଯାଉଛି । ଗତ ୭୦ ବର୍ଷରୁ ଟେଣ୍ଟରେ ରହୁଥିବା ରାମଲଲାଙ୍କୁ ଏବେ ଅଧିଷ୍ଠିତ କରାଯାଇଛି । କୋଟି କୋଟି ଶ୍ରୀରାମଭକ୍ତମାନଙ୍କ ପାଇଁ ଏହା ଏକ ବଡ଼ ଖୁସିର କାରଣ ପାଲଟିଛି । ଅଯୋଧ୍ୟାର ରାମ ମନ୍ଦିର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଉପହାର ଆସୁଥିବା ବେଳେ ବିଦେଶରୁ ମଧ୍ୟ ଅନେକ ଉପହାର ପହଞ୍ଚିଛି ।

ଦେଶର ବିଭନ୍ନ ସ୍ଥାନରୁ ଆସୁଛି ଭିନ୍ନ ଭିନ୍ନ ଉପହାର । ଏହି ତାଲିକାରେ ଭଗବାନ ଶ୍ରରାମଙ୍କ ମାମୁଁଘର ଏବଂ ଶ୍ୱଶୂରଗର (ମାତା ସୀତାଙ୍କ ଜନ୍ମସ୍ଥାନ) ମଧ୍ୟ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଦୁଇ ସ୍ଥାନରୁ ରାମଲଲାଙ୍କ ପାଇଁ କେଉଁ ଉପହାର ଅଯୋଧ୍ୟାକୁ ପଠାଯାଇଛି । ତେବେ ଶ୍ରରାମଙ୍କ ମାମୁଁଘର ଛତିଶଗଡ଼ରୁ ୩ ହଜାର କ୍ୱିଣ୍ଟାଲ ଚାଉଳ ଅଯୋଧ୍ୟକୁରୀକୁ ଉପହାରସ୍ୱରୂପ ପ୍ରଦାନ କରାଯାଇଛି । ସେହିପରି ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶ୍ୱଶୂରଘର ନେପାଳର ଜନକପୁରରୁ ବସ୍ତ୍ର, ଫଳ ଏବଂ ୫୧ ପ୍ରକାରର ମିଠା ସହ ଉପହାରରେ ସୁସଜ୍ଜିତ ୧୧୦୦ ଥାଳି ଭେଟି ହୋଇ ଆସୁଛି । ଏହାବ୍ୟତୀତ ଭାରତର ଅନେକ ରାଜ୍ୟରୁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରାଯାଉଛି ।

କେଉଁ ରାଜ୍ୟ କି ଉପହାର ଆସିବ?

୧- ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁୟାରୀ ୨୨ ତାରିଖରେ ହେବାକୁ ଯାଉଛି । ପ୍ରାଣ ପ୍ରତିଷ୍ଠା ସମୟରେ ଭଗବାନଙ୍କୁ ବିଶେଷ ଭୋଗ ଲାଗି ହେବ । ଏଥିରେ ପ୍ରଭୁଙ୍କ ମାମୁଁଘରର ଚାଉଳ ଏବଂ ଶ୍ୱଶୂରଘର ଅଞ୍ଚଳରୁ ମିଠା ମଧ୍ୟ ସାମିଲ ରହିଛି ।

୨- ଭଗବାନ ରାମଙ୍କ ମାମୁଁଘର ଛତିଶଗଡ଼ରୁ ୩ ହଜାର କ୍ୱିଣ୍ଟାଲ ଚାଉଳ ଅଯୋଧ୍ୟାରେ ପହଞ୍ଚିବ । ଏହାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏକତ୍ର କରାଯାଇଛି ।

୩- ଭଗବାନ ଶ୍ରୀରାମଙ୍କ ଶ୍ୱଶୂରଘର ନେପାଳର ଜନକପୁରରୁ ବସ୍ତ୍ର, ଫଳ ଏବଂ ମିଠା ଜାନୁୟାରୀ ୫ ତାରିଖରେ ଅଯୋଧ୍ୟରେ ପହଞ୍ଚିବ । ଏହାସହିତ ଉପହାରରେ ଭରା ୧୧୦୦ ଥାଳି ମଧ୍ୟ ପଠାଯାଇଛି ।

୪- ନେପାଳରୁ ଆଭୂଷଣ, ବାସନ, ବସ୍ତ୍ର ଏବଂ ମିଠା ବ୍ୟତୀତ ଭାର ମଧ୍ୟ ଆସିବ । ଏଥିରେ ୫୧ ପ୍ରକାରର ମିଠା, ଲହୁଣି ଏବଂ ଦହି ସହିତ ରୂପାର ବାସନ ମଧ୍ୟ ସାମିଲ ରହିଛି ।

୫- ସେହିପରି ଉତ୍ତରପ୍ରଦେଶର ଏଟାରୁ ରାମଲଲାଙ୍କ ଦରବାରରେ ୨୧ କିଲୋର ଘଣ୍ଟା ଆସି ପହଞ୍ଚିବ । ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନିର୍ମାଣ କରିବା ପାଇଁ ୪୦୦ ଜଣ କାରିଗରଙ୍କୁ ଦାୟିତ୍ୱ ଦିଆଯାଇଛି ।

୬- ଏହି ଘଣ୍ଟାରଚଉଡ଼ା ୧୫ ଫୁଟ ଏବଂ ଭିତରର ଓସାର ୫ ପୁଟ ରହିଛି । ତେବେ ଏହାର ଓଜନ ୨୧୦୦ ହୋଇଥିବା ବେଳେ ଘଣ୍ଟାକୁ ପ୍ରସ୍ତୁତ କରିବା ପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିଛି ।

୭- ତେବେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ଗୁଜରାଟରୁ ଆସୁଥିବା ୧୦୮ ପୁଟ ଲମ୍ବା ଧୂପକାଠି । ଏହାକୁ ପଞ୍ଚଗବ୍ୟ ଏବଂ ଦହନ ସାମଗ୍ରୀ ସହ ଗାଇ ଗୋବରରୁ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ୩୫୦୦ କିଲୋ ହୋଇଥିବା ବେଳେ ଏହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସରୁ ଅଧିକ ସମୟ ଲାଗିଛି ।

୮- ପ୍ରାଣ ପ୍ରତିଷ୍ଠା ପରେ ଭଗବାନ ଶ୍ରୀରାମଙ୍କ ଚରଣ ପାଦୁକା ମଧ୍ୟ ସେଠାରେ ସ୍ଥାପନ କରାଯିବ । ବର୍ତ୍ତମାନ ପ୍ରଭୁଙ୍କ ଏହି ପାଦୁକାକୁ ଦେଶବ୍ୟାପୀ ଭ୍ରମଣ କରାଯାଉଛି । ଦେଶଭ୍ରମଣ ପରେ ପାଦୁକାକୁ ଜାନୁୟାରୀ ୧୯ ତାରିଖରେ ଅଯୋଧ୍ୟାକୁ ଅଣାଯିବ ।

Get real time updates directly on you device, subscribe now.