fbpx

ଭାରତ ଅର୍ଥନୀତି ଉପରେ ଅଦୃଶ୍ୟ ବିଶ୍ୱ ସଙ୍କଟର ପ୍ରଭାବ, ତଥାପି ମୁଦ୍ରାସ୍ଫିତି ନିୟନ୍ତ୍ରିତ

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ ଓ ମୁଦ୍ରାସ୍ଫିତି ମୁକାବିଲାରେ ମୋଦି ସରକାର ଲାଗିଛି, ସେତିକି ବେଳକୁ ଦେଶର ଅର୍ଥନୀତି ଉପରେ ଋଷ- ୟୁକ୍ରେନ ଯୁଦ୍ଧ ଏକ ଚ୍ୟାଲେଞ୍ଜ ହୋଇ ଠିଆହୋଇଛି । ଭାରତ ମାଟିରୁ ହଜାର ହଜାର ମାଇଲ ଦୂରରେ ହେଉଥିବା ଯୁଦ୍ଧ ବିଶ୍ୱ ଯୋଗାଣ ପ୍ରକରଣ, ମୁଖ୍ୟତଃ ଶକ୍ତି ବଜାରରେ ଭାରତ ଆମଦାନୀ ଓ ମୁଦ୍ରାସ୍ଫିତି ଉପରେ ନକାରାତ୍ମକ ପ୍ରଭାବ ପକାଇଛି ।

ବୈଶ୍ୱିକ ବିବାଦ ଭିତରେ ଭାରତ ତାର ଅର୍ଥନୈତିକ ଚ୍ୟାଲେଞ୍ଜକୁ ବେଶ ସଫଳତା ସହ ପରିଚାଳନା କରିବାରେ ସମର୍ଥ ହୋଇଛି । ସରକାର ମୁଦ୍ରାସ୍ଫିତିକୁ ସ୍ଥିର ରଖିବା ସହ ନିଜର କୂଟନୈତିକ ପ୍ରୟାସ ଓ ସ୍ମାର୍ଟ ଇକୋନୋମିକ ପଲିସି ଦ୍ୱାରା ଅଏଲ ପ୍ରାଇସକୁ ମଧ୍ୟ ସ୍ଥିର ରଖାଯାଇଛି ।

୨୦୨୨ ଫେବୃଆରୀରୁ ଋଷ- ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହାର ପ୍ରଭାବ ମୁଖ୍ୟତଃ, ଗ୍ଲୋବାଲ ତୈଳ, ଗ୍ୟାସ, ଗହମ ଓ ରାସାୟନ ଟ୍ରେଡକୁ ପ୍ରଭାବିତ କରିଛି । ଋଷ ହେଉଛି ବିଶ୍ୱର ସବୁଠାରୁ ବଡ ତୈଳ ଉତ୍ପାଦକ, କିନ୍ତୁ ପାଶ୍ଚାତ୍ୟ ଦେଶସବୁ ଋଷ ଉପରେ ଅଙ୍କୁଶ ଲଗାଇବା ପରେ ବିଶ୍ୱ ତୈଳ ସପ୍ଲାଇ ବ୍ୟବସ୍ଥା ସଂକୁଚିତ ହୋଇଛି । ଏହାକୁ ଦେଖି ଋଷ ତାର ବ୍ୟବସାୟ ଓ ଅର୍ଥ ନେଣଦେଣ ବ୍ୟବସ୍ଥାରେ ପରିବର୍ତ୍ତନ କରିଛିା ଏପରି ଅବସ୍ଥା ୮୦% ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତର ଇକୋନୋମିି ପାଇଁ ବିପଦ ସୃଷ୍ଟି କରିଛି ।

ଏସବୁ ବାଦ, ଭାରତ ତୈଳ ଦର ଉପରେ ନିୟନ୍ତ୍ରଣ ବଜାୟ ରଖିଛି । ଭାରତ ଋଷିଆଠାରୁ ରିହାତି ତୈଳ ଆମଦାନୀ ଜାରିରଖିଛି, ଫଳରେ ଦର ବୃଦ୍ଧି ହୋଇନାହିଁ । ଏଥିସହ, ଭାରତ କୂଟନୈତିକ ରଣନୀତିକୁ ନେଇ ଉଭୟ ପାଶ୍ଚାତ୍ୟ ଓ ଋଷ ସହ ସନ୍ତୁଳନ ରକ୍ଷାକରି ତାର ଚାହିଦା ମୁତାବକ ତୈଳ ଆମଦାନୀରେ ସଫଳ ହୋଇଛି । ଫଳରେ ଦେଶରେ ତୈଳ ଦର ବୃଦ୍ଧି ଘଟିଲେ ମଧ୍ୟ ଅନ୍ୟ ଦେଶର ସ୍ଥିତି ଭାରତରେ ସୃଷ୍ଟି ହୋଇନାହିଁ ।

ବିଶ୍ୱ ତୈଳ ଦରକୁ ଆକାଶ ଛୁଆଁ କରିବାରେ ଯୁଦ୍ଧ ମୁଖ୍ୟ କାରଣ, ଯାହା ଦର୍ଶାଉଛି କି ତୈଳ ଦର ୭୦ ଡଲାରରୁ ୧୨୦ ଡଲାର ବ୍ୟାରେଲ ପ୍ରତି ହୋଇଛି । ତୈଳ ଉପରେ ନିର୍ଭରଶୀଳତା ପାଇଁ ଏମିତି ଦର ବୃଦ୍ଧି ଦେଶର ମୁଦ୍ରାସ୍ଫିତିକୁ ପ୍ରଭାବିତ କରିଛିା ଆଉ ତୈଳ ଦର ବୃଦ୍ଧି ପାଇଁ ପରିବହନ ଖର୍ଚ୍ଚ ବଢିବାରୁ ନିର୍ମାଣଠାରୁ ଆରମ୍ଭ କରି କୃଷି ସବୁ କ୍ଷେତ୍ର ପ୍ରଭାବିତ ହୋଇଛି ।

ଏସବୁ ସତ୍ତେ୍ୱ, ଭାରତର ରାଣନୈତିକ ନିଷ୍ପତ୍ତି ଋଷ ଠାରୁ ରିହାତି ଦରରେ ବହୁଳ ତୈଳ ଆମଦାନୀ କରିବାରେ ସମ୍ଭବ ହୋଇଛି । ସେହିପରି ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ଏହା ଦ୍ୱାରା ବୃଦ୍ଧି ହୋଇଥିଲେ ମଧ୍ୟ ଏକ ସୀମା ଭିତରେ ନିୟନ୍ତ୍ରିତ ସ୍ଥିତିରେ ରହିଛି । ତଥାପି ଭାରତ ସରକାର ଗ୍ରାହକଙ୍କ ବୋଝ କମାଇବାକୁ ଇନ୍ଧନରେ ସବସିଡି ପ୍ରଦାନ କରୁଛି । ବିଭିନ୍ନ ଜନକଲ୍ୟାନକାରୀ ଯୋଜନାର ଖର୍ଚ୍ଚକୁ ଏହି କାର୍ଯ୍ୟରେ ବିନିଯୋଗ କରି ଲୋକଙ୍କୁ ରିହାତି ଇନ୍ଧନ ଯୋଗାଣ ଜାରି ରହିଛି । ଚିନ୍ତାଜନକ ସ୍ଥିତିରେ ମଧ୍ୟ ଦେଶର ମୁଦ୍ରାସ୍ଫିତି ଯେମିତି ବୃଦ୍ଧି ନ ଘଟିବ ତା ଉପରେ ଗୁରୁତ୍ୱ ଦିଆଯାଇଛି ।

Get real time updates directly on you device, subscribe now.