fbpx
BJD
BJD SKY
BJD SKY

ସାମ୍ନାକୁ ଆସିଲା ବିଚିତ୍ର ମାମଲା, ବ୍ୟାଙ୍କରେ ଜମା ଲୋକଙ୍କ ୨ କୋଟି ମୂଲ୍ୟର ଗହଣା ହୋଇଗଲା ନକଲି

ନୂଆଦିଲ୍ଲୀ: ଗୁଜୁରାଟର ବେରାବଲ ସହରରେ ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେଏକ ଘରୋଇ ବ୍ୟାଙ୍କର ସେଲସ୍ ମ୍ୟାନେଜର ଗ୍ରାହକଙ୍କ ୨ କୋଟି ମୂଲ୍ୟର ସୁନା ଗହଣାକୁ ନକଲି କରି ଦେଇଛନ୍ତି । ଏହି ମାମଲାରେ ପୋଲିସ ମ୍ୟାନେଜର ସହିତ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା ବି ସାମିଲ ଅଛନ୍ତି ।

ପୋଲିସ କହିଛି ଏହି ଧୋକାଦାରୀ ମାମଲା ୯ କୋଟିରେ ପହଞ୍ଚିପାରେ । କାରଣ ବ୍ୟାଙ୍କ ପକ୍ଷରୁ ୧୦ଟି ପ୍ୟାକେଟ୍ ଚେକ୍ କରାଯାଇଥିବା ବେଳେ ଆହୁରି ୪୨୬ ପ୍ୟାକେଟର ଯାଞ୍ଚ କରାଯାଇ ନାହିଁ । ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ସେଲସ୍ ମ୍ୟାନେଜର ମାନସିଂହ ଗଢିୟା, କର୍ମଚାରୀ ବିପୁଲ ରାଠୋର, ପିଙ୍କି ଖେମଚନ୍ଦାନୀ ।

ଏଫଆଇଆର୍ ଅନୁଯାୟୀ ଏହି ଧୋକାଦାରୀ ବିଷୟରେ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କୁ ସେତେବେଳେ ଜଣାପଡିଥିଲା ଯେତେବେଳେ ସେ ଏକ ସପ୍ତାହ ତଳେ ଅଚାନକ ବ୍ରାଞ୍ଚ ଭିଜିଟ୍‌ରେ ଆସିଥିଲେ । ଲକରରେ ନୀରିକ୍ଷଣ ପରେ ସେ ଜାଣିପାରିଥିଲେ ଗ୍ରାହକଙ୍କ ଯେଉଁ ସୁନା ପ୍ୟାକେଟ୍ ସେମାନେ ଜମା କରିଥିଲେ ତାହାର ଓଜନ କମ୍ ଥିଲା ।

ଅଧିକ ଯାଞ୍ଚ କରିବା ପରେ ଦେଖାଯାଇଥିଲା ପ୍ୟାକେଟର ଲେବୁଲ ସହିତ କିଛି ପରିବର୍ତ୍ତନ ହୋଇଛି । ଏହାପରେ ସମସ୍ତ ପ୍ୟାକେଟକୁ ଗୋଟି ଗୋଟି କରି ଯାଞ୍ଚ କରିବା ପରେ ଜଣାପଡିଥିଲା ୬ ଗୋଟି ପ୍ୟାକେଟରେ ନକଲି ଗହଣା ରହିଛି । ଏହାର ଅର୍ଥ ୨ କୋଟି ମୂଲ୍ୟର ଅସଲି ସୁନାକୁ ବଦଳାଇ ତା’ ଯାଗାରେ ନକଲି ସୁନା ରଖାଯାଇଥିଲା । ଏବେ ମାତ୍ର ୧୦ଟି ପ୍ୟାକେଟ୍ ଚେକ୍ କରାଯାଇଥିବା ବେଳେ ଆହୁରି ୪୨୬ ପ୍ୟାକେଟର ଯାଞ୍ଚ କରାଯିବ । ଏଥିପାଇଁ ଆହୁରି ଏକ ସପ୍ତାହ ସମୟ ଲାଗିଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.