fbpx

ଅନ୍ୟ ଯୁବକଙ୍କୁ ପ୍ରେମ କରିବାରୁ ଏମିତି ଦଣ୍ଡ: ସ୍ୱାମୀଙ୍କୁ କାନ୍ଧରେ ବୋହି ଗାଁ ସାରା ବୁଲିଲେ ମହିଳା, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ପ୍ରେମକୁ ନେଇ ଅନେକ ଭୟଙ୍କର ଘଟଣା ସବୁ ଘଟୁଛି । ଅନେକ ସମୟରେ ପ୍ରେମୀଯୁଗଳଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛାଇ ନଥାନ୍ତି । ତେବେ ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ପ୍ରେମିକଙ୍କ ଘରେ ରହିବା ଜଣେ ବିବାହିତା ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ପ୍ରେମୀଯୁଗଳଙ୍କୁ ନିର୍ଧୂମ୍ ପିଟିଥିଲେ । ଏଥିସହିତ ଦୁହିଁଙ୍କୁ ତାଲିବାନୀ ସଜ୍ଜା ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦେୱାସ ଜିଲ୍ଲାର ଭିଡ଼ ଅଞ୍ଚଳରୁ ଏଭଳି ବର୍ବରୋଚିତ ପ୍ରେମକାହାଣୀ ସାମ୍ନାକୁ ଆସିଛି । ବିବାହିତା ମହିଳା ତାଙ୍କ ପ୍ରେମିକଙ୍କ ସହ ଧରାପଡ଼ିବା ପରେ ମାଡ଼ି ଆସିଥିଲା ଘୋର ବିପତ୍ତି । ଗାଁଲୋକମାନେ ଦୁହିଁଙ୍କୁ ତାଲିବାନୀ ସଜ୍ଜା ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତ ମାସ ୨୪ ତାରିଖରେ ମହିଳା ଜଣଙ୍କ ଘରୁ କୁଆଡ଼େ ଚାଲିଯାଇଥିଲେ । ପରେ ତାଙ୍କର ପତି ଏନେଇ ଥାନାରେ ମାମଲା ଦାୟର କରିଥିଲେ । ତେବେ ମହିଳା ଜଣଙ୍କ ତାଙ୍କ ପ୍ରେମିକଙ୍କ ଘରେ ରହିଥିବା ମହିଳାଙ୍କ ସ୍ୱାମୀ କୌଣସି ସୂତ୍ରରୁ ଜାଣି ପାରିଥିଲେ ।

ତେବେ ଗାଁଲୋକମାନେ ପ୍ରେମୀଯୁଗଳଙ୍କୁ ଭୟଙ୍କର ଦଣ୍ଡ ଦେଇଥିଲେ । ମହିଳା ତାଙ୍କ ସ୍ୱାମୀଙ୍କୁ କାନ୍ଧରେ ବସାଇ ଗାଁରେ ବୁଲାଇଥିଲେ । ଏଥିସହିତ ମହିଳାଙ୍କ ଗଳାରେ ଜୋତା, ଚପଲ ମାଳ ପିନ୍ଧାଇ ଦିଆଯାଇଥିଲା । ଏତେ କାଣ୍ଡ ଘଟାଇବା ପରେ ଗ୍ରାମାବସୀଙ୍କ ମନ ଶାନ୍ତି ହୋଇନଥିଲା । ସେମାନେ ପୁଣି ଥରେ ପ୍ରେମୀଯୁଗଳଙ୍କୁ ମାରପିଟ୍ କରିଥିଲେ । ତେବେ ଉପସ୍ଥିତ ଲୋକମାନେ ସେମାନଙ୍କୁ ସାହାଯ୍ୟ କରିବା ବଦଳରେ ମଜା ନେଇଥିଲେ । ଏହି ମାମଲାରେ ମହିଳାଙ୍କ ପତିଙ୍କ ସହିତ ୯ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନାମରେ ମାମଲାରେ ଦାୟର ହୋଇଛି ।

Get real time updates directly on you device, subscribe now.