fbpx

ଅଶ୍ଳିଳ ଭିଡିଓ ବନାଇ ପ୍ରଫେସରଙ୍କୁ ବ୍ଲାକମେଲ୍: ମହିଳା ମାଗିଲେ ୧୦ ଲକ୍ଷ, ହେଲେ ଗିରଫ

ନୂଆଦିଲ୍ଲୀ, ୨୧ା୨: ଉତ୍ତରପ୍ରଦେଶରେ ଜଣେ ମହିଳା ସାମ୍ବାଦିକାଙ୍କ କଳାକାରନାମା ପଦାକୁ ଆସିଛି । ମହିଳାଜଣକ ଜଣେ ପ୍ରଫେସରଙ୍କ ଅଶ୍ଳିଳ ଭିଡିଓ ବନାଇବା ପରେ ୧୦ ଟଙ୍କା ଦାବି କରିଛନ୍ତି । ମହିଳାଜଣକ ଦୁଇଜଣ ସହଯୋଗୀଙ୍କ ସହ ମିଶି ଏହି କାଣ୍ଡ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପ୍ରଫେସରଙ୍କ ପାଖକୁ ଜଣେ ଅଜଣା ମହିଳା ଫୋନ କରିଥିଲେ । କିଛିଦିନ ପରେ ମହିଳା ତାଙ୍କର ପୁଅର ଦେହ ଖରାପ ବାହାନା ଦେଖାଇ ପ୍ରଫେସରଙ୍କୁ ନିଜ ଘରକୁ ଡାକିଥିଲେ । ତାଙ୍କ ଘରେ ପୂର୍ବରୁ ଦୁଇ ସହଯୋଗୀ ରହିଥିଲେ । ସେମାନେ ପ୍ରଫେସରଙ୍କୁ ଜୋରଜବରଦସ୍ତି ବନ୍ଧକ ବନାଇ କପଡ଼ା ଖୋଲି ଅଶ୍ଲିଳ ଭିଡ଼ିଓ ବନାଇଥିଲେ । ପରେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବାର ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗିଥିଲେ । ତେବେ ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.