fbpx

Zomato Boyଙ୍କୁ ଜୋତା ପାହାର: କାହିଁକି? ସୋସିଆଲ ମିଡିଆରେ ଭିଡିଓ ଭାଇରାଲ …

ନୂଆଦିଲ୍ଲୀ: ଜୋମାଟୋ ବୟଙ୍କୁ ଜଣେ ମହିଳା ଜୋତାରେ ମାଡ ମାରିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଅର୍ଡର ଡେଲିଭରୀ ଦେବାକୁ ଯାଉଥିବା ବେଳେ ଜୋମାଟୋ ବୟଙ୍କ ସହ ଏମିତି ଘଟିଥିବା ଜଣାଯାଇଛି । ତେବେ ଏହି ଭିଡିଓ ଦେଖିବା ପରେ ଲୋକମାନେ ମହିଳାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟର ଘଟଣା ହେଉଛି ଜୋମାଟୋ ବୟ ଜଣକ ସବୁ ମାଡକୁ ଚୁପଚାପ ସହି ଯାଇଛନ୍ତି ।

ଅଗଷ୍ଟ ୧୬ ତାରିଖର ଏହି ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଡିଜେ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଥିବା ବେଳେ ଏହାକୁ ଅନେକ ଲୋକ ପସନ୍ଦ କରିଛନ୍ତି । ଡେଲିଭରୀ ବୟ ତାଙ୍କ ଅର୍ଡର ନେଇ ଯାଉଥିବା ସେ ଦାବି କରିଛନ୍ତି ଏବଂ କ୍ଲିପ ଅନ୍ୟ ଜଣେ ବ୍ୟକ୍ତି ରେକର୍ଡ କରୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ଭିଡିଓ ସହ ସେ କ୍ୟାପ୍ସନରେ ଲେଖିଛନ୍ତି, ଜଣେ ମହିଳା ଡେଲିଭରୀ ବୟଙ୍କ ପାଖରୁ ଅର୍ଡର ନେଇ ତାଙ୍କୁ ଜୋତାରେ ମାରିଥିଲେ । ତେବେ ଡେଲିଭରୀ ବୟଙ୍କୁ ନିଜ ଚାକିରି ହରାଇବାର ଭୟ ଥିଲା ବୋଲି ସେ ଜଣାଇଛନ୍ତି ।

ତେବେ ଏହି ଘଟଣା କେଉଁଠାରେ ଘଟିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ୟୁଜର । କିନ୍ତୁ ଏହି ଘଟଣା ପରେ ମହିଳାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ତେବେ ଅନ୍ୟ ଜଣେ ୟୁଜର ଜୋମାଟୋ କଷ୍ଟମର କେୟାରକୁ ଫୋନ କରି ଘଟଣାର କାରଣ ଜାଣିବାକୁ ଚେଷ୍ଟା କରିଥିବା ଲେଖିଛନ୍ତି । ତେବେ ଏହାର କାରଣ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।

Get real time updates directly on you device, subscribe now.