fbpx

ମହିଳାଙ୍କ ଗର୍ଭରୁ ଜନ୍ମନେଲା ୫.୫ କେଜିର ଏକ ଶିଶୁ: ଡାକ୍ତର, ନର୍ସ ଦେଖି ହତବାକ୍

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଶିଶୁ ଜନ୍ମ ହେବା ପରେ ସମସ୍ତଙ୍କୁ ଚକିତ କରିଦେଇଥାନ୍ତି । ତେବେ ଏଭଳି ଏକ ଶିଶୁକୁ ଜଣେ ମହିଳା ଜନ୍ମ ଦେବା ପରେ ଡାକ୍ତର ଓ ନର୍ସମାନେ ହତବାକ ହୋଇ ରହିଯାଇଥିଲେ । ଏହି ଶିଶୁଟି ସାଧାରଣ ନବଜାତଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା । ଅନ୍ୟ ଶିଶୁଙ୍କ ଶାରୀରିକ ଆକାର ଅପେକ୍ଷା ଏହି ନବଜାତର ଆକାର ଯଥେଷ୍ଟ ଅଧିକ ଥିଲା ।

ଏକ ଖବର ମୁତାବକ, ଗତ ବର୍ଷ ଅଗଷ୍ଟ ମାସରେ ରୁବି ଡଡେନ ନାମକ ଜଣେ ୨୪ ବର୍ଷୀୟା ଏପରି ଏକ ଅଦ୍ଭୂତ ଶିଶୁକୁ ଜନ୍ମ ଦେଇଥିଲେ । ସାଧାରଣ ଭାବେ ଜନ୍ମ ସମୟରେ ଶିଶୁମାନଙ୍କର ଓଜନର ୨.୫-୩.୫ କେଜି ମଧ୍ୟରେ ରହିଥାଏ । ମାତ୍ର ଉକ୍ତ ଶିଶୁର ଓଜନ ୫.୫ କେଜି ରହିଥିଲା । ଜନ୍ମ ପରେ ଶିଶୁକୁ ଓଜନ କରାଯାଇଥିଲା ଓ ତା’ର ନାମ ‘ଟେଡି’ର ଖାଯାଇଥିଲା । ତେଣୁ ଟେଡିକୁ ‘ବିଗ୍ ସାଇଜ୍ ଟେଡି’ ବୋଲି ସମସ୍ତେ କହିଥିଲେ ।

ତେବେ ନିଜର ସନ୍ତାନକୁ ଜନ୍ମ ଦେବାକୁ ନେଇ ନିକଟରେ ଉକ୍ତ ମହିଳା ଜଣଙ୍କ ଏକ ସାକ୍ଷାତକାର ଦେଇଥିଲେ । ସେ କହିଥିଲେ, ଡେଲିଭରି ଡେଟର ୮ ଦିନ ପରେ ତାଙ୍କର ଟେଡି ଜନ୍ମ ନେଇଥିଲା । ସେ ସମୟରେ ଶିଶୁର ଓଜନ ୩.୫ କେଜି ପାଖାପାଖି ରହିବ ବୋଲି ଡାକ୍ତରମାନେ କହିଥିଲେ । ମାତ୍ର ଜନ୍ମ ପରେ ତା’ ଓଜନ ୫ କିଲୋରୁ ଅଧିକ ରହିଥିଲା । ପଲିହାଇଡ୍ରାମ୍ନିଓସିସ ନାମକ ଏକ ମେଡିକାଲ କଣ୍ଡିସନ ସହିତ ଟେଡି ଜନ୍ମ ନେଇଥିଲା । ରୁବି ଓ ତାଙ୍କର ୨୭ ବର୍ଷୀୟ ପତି ଟେଡି ପାଇଁ ଅଧିକ ବୟସର ପିଲାଙ୍କ କପଡ଼ା କିଣିବାକୁ ପଡ଼ିଥିଲା, କାରଣ ନବଜାତର କପଡ଼ା ତା’ ଶରୀରକୁ ବହୁତ ଛୋଟ ହୋଇଥିଲା । ଏହା ମଧ୍ୟରେ ଟେଡି ୭ ମାସର ହୋଇଯାଇଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ରହିଛି ।

Get real time updates directly on you device, subscribe now.