Breaking: ପାନ ଦୋକାନ ସହ ମହିଳା ଜୀବନ୍ତ ଦଗ୍ଧ, ଧୂପରୁ ନିଆଁ ଲାଗିଥିବା ସନ୍ଦେହ

ସକାଳୁ ସକାଳୁ ଅଘଟଣ। ପାନ ଦୋକାନରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା। ପାନ ଦୋକାନରେ ବିକ୍ରି ହେଉଥିଲା ପେଟ୍ରୋଲ। ଧୂପରୁ ନିଆଁ ଲାଗିଥିବା ସନ୍ଦେହ।

ପଟ୍ଟାମୁଣ୍ଡାଇ: ମହିଳା ଜୀବନ୍ତ ଦଗ୍ଧ। ଦୋକାନ ସହ ଜଳିଗଲେ ମହିଳା। ପାନ ଦୋକାନରେ ନିଆଁ ଲାଗି ଅଘଟଣ। ଧୂପରୁ ନିଆଁ ଲାଗିଥିବା ଅନୁମାନ କରିଯାଉଛି। ଯେହେତୁ ଦୋକାନରେ ପେଟ୍ରୋଲ ବି ବିକ୍ରି ହେଉଥିଲା। ତେଣୁ ନିଆଁ ଶୀଘ୍ର ବ୍ୟାପିଗଲା।

ଆଉ ମହିଳା ଜଣକ ବାହାରକୁ ନ ବାହାରି ପାରି ଜଳିଗଲେ। ସକାଳୁ ସକାଳୁ ଦୋକାନ ଖୋଲି ପୂଜା କରିଥିଲେ। ଆଉ ଧୂପ ମଧ୍ୟ ଦେଇଥିଲେ। ସେହି ଧୂପରୁ ନିଆଁ ଲାଗି ଦୋକାନ ସହ ମହିଳା ଜଣଙ୍କ ଜଳି ଯାଇଥିବା ସନ୍ଦେହ କରାଯାଉଛି।

ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବକ୍ତରପୁର ଛକରେ ଥିବା ପାନ ଦୋକାନରେ। ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।