fbpx
BSKY SKY
BSKY SKY

ପରିବାର ଦେଲାନି ଅନୁମତି, ପ୍ରେମକୁ ପାଇବା ପାଇଁ ନେଲେ ଜୀବନର ବଡ଼ ନିଷ୍ପତ୍ତି

BSKY

ଲକ୍ଷ୍ନୌ: ପ୍ରେମ ମାନେନି କୌଣସି ପ୍ରତିବନ୍ଧକ । ପ୍ରେମ ପାଇଁ କେହି କିଛିବି କରିପାରନ୍ତି । ଆଜିର ସମାଜରେ ନାରୀ-ନାରୀ ଏବଂ ପୁରୁଷ-ପୁରୁଷ ମଧ୍ୟରେ ପ୍ରେମ ସମ୍ପର୍କ ଦେଖିବାକୁ ମିଳୁଛି । ଏହି ସଂପର୍କକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି ।

ହେଲେ ବର୍ତ୍ତମାନ ଏପରି ଏକ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହେଉଛି, ଯେଉଁଥିରେ ଲେସବିଆନ୍ ପ୍ରେମୀଯୁଗଳଙ୍କ ମଧ୍ୟରେ ଜଣେ ମହିଳା ନିଜ ମହିଳା ସାଥୀଙ୍କ ସହ ରହିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଛନ୍ତି ।

ଉତ୍ତରପ୍ରଦେଶ ପ୍ରୟାଗରାଜର ଦୁଇ ମହିଳା ଯେଉଁମାନେ ଲେସବିଆନ୍ ଉଭୟ ପରସ୍ପରକୁ ଭଲ ପାଉଛନ୍ତି ଏବଂ ସାଥୀ ଭାବରେ ଜୀବନବିତାଇବାକୁ ଚାହୁଥିଲେ, କିନ୍ତୁ ଏଥିପାଇଁ ପରିବାର ଲୋକ ସ୍ୱୀକୃତି ଦେଇନଥିଲେ । ସେମାନେ ପରିବାର ଲୋକଙ୍କୁ ଅନେକ ବୁଝାଇଥିଲେ ମଧ୍ୟ ସଫଳ ହୋଇନଥିଲେ ।

ଉଭୟ ପରସ୍ପରକୁ ଏଭଳି ଭଲପାଉଥିଲେ ଯେ ସେମାନେ ସେମାନଙ୍କ ଭଲପାଇବା ରାସ୍ତାରେ କୌଣସି ବାଧା ଚାହୁନଥିଲେ । ଏଥିପାଇଁ ଶେଷରେ ଜଣେ ଲିଙ୍ଗ ପରିବର୍ତ୍ତନ ସହ ସାରା ଜୀବନ ସାଥିରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରୟାଗରାଜର ସ୍ୱରୁପ ରାଣୀ ନେହରୁ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ମହିଳାଙ୍କ ସର୍ଜରୀ କରିଥିଲେ । ଆହୁରି ଦେଢ଼ ବର୍ଷ ମଧ୍ୟରେ ଅନ୍ୟ ସର୍ଜରୀ ହେବ ଯାହାପରେ ସେ ଜଣେ ପୁରୁଷ ହୋଇପାରିବେ । ସର୍ଜରୀ କରୁଥିବା ଡାକ୍ତର ମୋହିତ ଜୈନ କହିଛନ୍ତି, ଏହି ସର୍ଜରୀ ପରେ ମହିଳା ଆଉ ମା’ ହୋଇପାରିବେ ନାହିଁ ।

Get real time updates directly on you device, subscribe now.