ହାତର ଶେଷଯାତ୍ରା, ଡାହାଣ ହାତର ଅନ୍ତିମ ସଂସ୍କାର କଲା ବାମ ହାତ

ଯୁବତୀଙ୍କୁ ମାରିବାକୁ ଚାହୁଁଥିଲା ହାତ । ଜୀବନ ବଞ୍ଚାଇବା ଲାଗି ନେବାକୁ ପଡ଼ିଲା ଚରମ ନିଷ୍ପତ୍ତି ।

ୱାଶିଂଟନ୍: ଦିନ ପ୍ରତିଦିନ ଅଜବ ଘଟଣା ସବୁ ସାମ୍ନାକୁ ଆସୁଛି । ଯାହା ବେଳେ ବେଳେ ମନକୁ କଷ୍ଟ ଦିଏ ତ ଆଉ କେତେବେଳେ ମନକୁ କୌତୁହଳ ଯୋଗାଏ । ଆମେରିକାରେ ସେମିତି ଏକ ଘଟଣା ଘଟିଛି ଯାହା ଆପଣମାନଙ୍କ ମନକୁ ଦୁଃଖ ଦେବ ।

୨୨ ବର୍ଷୀୟା ଇନଫ୍ଲୁଏନ୍ସର ନିଜ ହାତର କରିଛନ୍ତି ଅନ୍ତିମ ସଂସ୍କାର । ୧୯ ବର୍ଷ ବୟସରୁ ହିଁ ଏଲ୍ଡୟାରା ଡୋକେଟ୍ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ପାଉଛନ୍ତି । ସେହି ଯନ୍ତ୍ରଣାକୁ ଦୂର କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ହାତରେ ହୋଇଥିବା ଟ୍ୟୁମରକୁ ହଟେଇବା ପାଇଁ ଡୋକେଟଙ୍କୁ ହାତ କାଟିବାକୁ ପଡ଼ିଛି ।

ମାରିଦେଇଥାନ୍ତା: ଗତବର୍ଷ ଅକ୍ଟୋବରରେ ଡୋକେଟ ଡାହାଣକୁ କାଟିବାକୁ ପଡ଼ିଥିଲା । ଡୋକେଟ ସନଭିଲ ସାର୍କୋମା ରୋଗରେ ଆକ୍ରାନ୍ତ । ଏହା ଏକ ବିରଳ ରୋଗ । ପ୍ରତିବର୍ଷ ବିଶ୍ୱରେ ଏ ରୋଗରେ ୧୦୦୦ ଲୋକ ଆକ୍ରାନ୍ତ ହୋଇଥାନ୍ତି । କଟା ହାତକୁ ଡୋକେଟ ନିଜ ପାଖରେ ରଖିଥିଲେ । ଯାହାର ଅନ୍ତିମ ସଂସ୍କାର ଗତମାସ ୧୫ ତାରିଖରେ କରିଛନ୍ତି ।

ଏ ନେଇ ଡୋକେଟ ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ତାଙ୍କ ପରିବାର ବର୍ଗ ସାମିଲ ହୋଇଥିଲେ । ଡୋକେଟ ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ମଧ୍ୟ ଶେୟାର କରିଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି ପ୍ରଥମେ ତାଙ୍କୁ ଲାଗିଲା ଏ ହାତ ତାଙ୍କୁ ମାରିବାକୁ ଚାହୁଁଛି । ହେଲେ ପରବର୍ତ୍ତୀ ସମୟରେ ସେ ଜାଣିଲେ ଯେ, ଏ ହାତ ତାଙ୍କ ପାଇଁ ବାରମ୍ବାର ଆଘାତ ପାଉଥିଲା ।