fbpx

ଗିରଫ ହେଲା ମ୍ୟାକ୍ସି ବେଶଧାରୀ ରୂପେଶ ପଣ୍ଡା, ଲାଗିଲା ହତ୍ୟା ଓ ଲୁଟ୍ ଭଳି ସଙ୍ଗୀନ ଦଫା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡାକୁ ଗିରଫ କରାଯାଇଛି । ହେଲମେଟ ଓ ମ୍ୟାକ୍ସି ପିନ୍ଧି ସେ ମାଆ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ମାଆ ଓ ଝିଅ ହସ୍ପିଟାଲରୁ ଫେରି ପୋଲିସରେ ଅଭିଯୋଗ କରିବା ପରେ ରୂପେଶ ଉପରେ ଲାଗିଛି ହତ୍ୟା ଓ ଲୁଟ୍ ଭଳି ସଙ୍ଗୀନ ଦଫା । ତେବେ ଲୁଟ୍ ପାଇଁ ତା’ ଉପରେ ୩୯୩ ଓ ହତ୍ୟା ଉଦ୍ୟମ ପାଇଁ ୩୦୭ ଦଫା ଲାଗିଥିବା ଜଣାପଡ଼ିଛି ।

ତେବେ ରୂପେଶ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସିଧାସଳଖ ଥାନାକୁ ଯାଇଥିଲା । ସେଠାରେ ପୋଲିସ ତାକୁ ଆକ୍ରମଣ ନେଇ ପଚରାଉଚରା କରିଥିଲେ ହେଁ ସେ କୌଣସି ସ୍ପଷ୍ଟ ବୟାନ ରଖିନଥିଲା । ଲୁଟ୍ ପାଇଁ ସେ ମହିଳା ବେଶ ଧାରଣ କରି ଆସିଥିବା ଏବେ ସ୍ପଷ୍ଟ ହୋଇଛି । ଏହି ଘଟଣାରେ ରୂପେଶକୁ ଗିରଫ କରାଯାଇ ଥିବାରୁ ପରେ ତାକୁ କୋର୍ଟ ଚାଲାଣ କରାଯାଇପାରେ ବୋଲି କୁହାଯାଉଛି । ତେବେ ରୂପେଶର କଥାବାର୍ତ୍ତାରେ କିଛି ବି ତାଳମେଳ ରହୁ ନଥିବାରୁ ତାହା ପୋଲିସର ଚିନ୍ତା ବଢ଼ାଇ ଦେଇଛି । ଗିରଫ ହେବା ପରେ ଆଗକୁ ରୂପେଶ ପାଟି ଖୋଲିବ କି ଜେଲଦଣ୍ଡ ଭୋଗିବ ତାହା ଜଣାପଡ଼ିବ । ସେ ପୋଲିସକୁ ଅନେକ ମନଗଢ଼ା କାହାଣୀ କହିଥିବାରୁ ଏହି ଘଟଣାରେ କ’ଣ ସତ ଆଉ କ’ଣ ମିଛ ତାହା ଜାଣିବା ମୁସ୍କିଲ ହୋଇଯାଇଛି । ତାକୁ କିଛି ଦୁର୍ବୃତ୍ତ ଅପହରଣ କରି ଜବଦରସ୍ତ ପ୍ରଫେସର ସୁରେଶ ମିଶ୍ରଙ୍କ ପରିବାର ବର୍ଗଙ୍କୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ପୂର୍ବରୁ ରୂପେଶ ପୋଲିସ ଆଗରେ କହିଥିଲା ।

Get real time updates directly on you device, subscribe now.