ଇଏ ତ ସୀମା ପାର କରି ଦେଲେ ! ରେଲୱେ ଟ୍ରାକରେ କାର ଚଲାଇଲେ ମହିଳା, ଆଉ ତା’ପରେ…ଦେଖନ୍ତୁ ଭିଡିଓ

ଜଣେ ମହିଳା ରେଲୱେ ଟ୍ରାକ ଉପରେ ଦ୍ରୁତ ଗତିରେ କାର ଚଲାଉଛନ୍ତି । ଏହି ଘଟଣା ତେଲେଙ୍ଗାନାର ଶଙ୍କରପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ।

ତେଲେଙ୍ଗାନା: ଆପଣ କେବେ ରେଲୱେ ଟ୍ରାକରେ କାର ଚଲାଇବା ଦେଖିଛନ୍ତି ? ଯଦି ନା, ତେବେ ଆଜି ଦେଖନ୍ତୁ। ଜଣେ ମହିଳା ରେଲୱେ ଟ୍ରାକ ଉପରେ ଦ୍ରୁତ ଗତିରେ କାର ଚଲାଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ରାସ୍ତାରେ ଗାଡ଼ି ଚଲାଇଲା ଭଳି ରେଳ ଧାରଣା ଉପରେ କାର ଚଲାଉଛନ୍ତି। ମହିଳାଙ୍କ ଏହି କାର୍ଯ୍ୟ ଏବେ ଆତଙ୍କ ସୃଷ୍ଟି କରିଛି।

ସେ ତାଙ୍କ ଜୀବନ ସହିତ, ଅନେକ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଛନ୍ତି। ଏହି ଘଟଣା ତେଲେଙ୍ଗାନାର ଶଙ୍କରପାଲି ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ଉତ୍ତରପ୍ରଦେଶର ଏହି 34 ବର୍ଷୀୟା ମହିଳାଙ୍କର ଏଭଳି ବେପରୁଆ କାର୍ଯ୍ୟ ପାଇଁ ଆଜି ଅନେକ ଟ୍ରେନ୍‌ ବିଳମ୍ବ ହୋଇଥିବା ବେଳେ 15ଟି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି। ଏହା ସହ ବାଙ୍ଗାଲୋର-ହାଇଦ୍ରାବାଦ ଟ୍ରେନ୍‌କୁ ଟ୍ରାକ୍ ମଝିରେ ଅଟକାଇବାକୁ ପଡିଲା। ।

ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ସ୍ଥାନୀୟ ଲୋକ, ରେଳବାଇ କର୍ମଚାରୀ ଏବଂ ପୋଲିସ ଉକ୍ତ ମହିଳାଙ୍କ କାର୍‌କୁ ଅଟକାଇ ତାଙ୍କୁ କାର୍‌ରୁ କାଢ଼ିବାକୁ ଚେଷ୍ଟା କରିଛନ୍ତି।  ଲୋକମାନେ ତାଙ୍କୁ କାର୍‌ରୁ କାଢ଼ିବାପରେ ପୋଲିସ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି ।

ତେବେ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ନା ତା ପଛରେ ଅନ୍ୟ କିଛି କାରଣ ଅଛି, ତାହା ଏଯାବତ୍ ଜଣାପଡ଼ି ନାହିଁ ।