fbpx
BJD SKY
BJD SKY

ପ୍ରତି ୩ ମାସରେ ଥରେ ଆସୁଛି ହୃଦଘାତ; ତଥାପି ଜୀବିତ ରହିଛନ୍ତି ମହିଳା,ଡାକ୍ତର ବି ଆଶ୍ଚର୍ଯ୍ୟ

BJD

ମୁମ୍ବାଇ: ଆମ ସମସ୍ତଙ୍କ ଧାରଣା ହୃଦଘାତ ଏପରି ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ପୀଡିତକୁ ନିଜ ଜୀବନକୁ ବଞ୍ଚାଇ ରଖିବାର ଅଧିକ ସୁଯୋଗ ଦେଇ ନ ଥାଏ । ଅର୍ଥାତ୍ ଥରେ ହୃଦଘାତରେ ଶିକାର ହେଲେ ବ୍ୟକ୍ତିର ଜୀବନ ପ୍ରତି ପ୍ରତି ମୁହୂର୍ତ୍ତରେ ବିପଦ ରହିଥାଏ । କିନ୍ତୁ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

ଏଠାରେ ରହୁଥିବା ଜଣେ ମହିଳାଙ୍କୁ ଗତ ୧୬ ମାସ ଭିତରେ ୫ ଥର ହୃଦଘାତ ଆସିଛି । ମହିଳାଙ୍କୁ ଏଥିପାଇଁ ୫ ଷ୍ଟେଣ୍ଟ ଲଗାଇବାକୁ ପଡିଛି, ୬ ଥର ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡିଛି ଓ ଥରେ ବାଇପାସ୍ ସର୍ଜରୀ ବି କରିବାକୁ ପଡିଛି । ମହିଳା କହିଛନ୍ତି ସେ ଏହା ଜାଣିବାକୁ ଚାହାନ୍ତି କି ତାଙ୍କ ସହ ଏପରି କାହିଁକି ହେଉଛି । ମହିଳାଙ୍କୁ ପ୍ରଥମେ ୨୦୨୨ରେ ହୃଦଘାତ ଆସିଥିଲା ଯେତେବେଳେ ସେ ଜୟପୁରରୁ ମୁମ୍ବାଇ ଫେରୁଥିଲେ । ଏହି ସମୟରେ ସେ ତୁରନ୍ତ ରେଳ ପ୍ରଶାସନ ସହାୟତାରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ଏହାପରେ ସେ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ତେବେ ରେଖା ନାମ୍ନୀ ଏହି ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତର ହସମୁଖ ରାୱତ କହିଛନ୍ତି , ରେଖାଙ୍କ ଏପରି ସମସ୍ୟା ଏକ ରହସ୍ୟ ଅଟେ । ସେ ଏ ପର୍ଯ୍ୟନ୍ତ ବହୁ ଡାକ୍ତରଙ୍କୁ ଦେଖାଇ ସାରିଲେଣି । ଜଣେ ଡାକ୍ତର କହିଛନ୍ତି ରେଖା ଅଟୋ ଇମ୍ୟୁନ ରୋଗରେ ପୀଡିତ ଓ ଏହି କାରଣରୁ ତାଙ୍କ ନର୍ଭସ୍ ଦୂର୍ବଳ ହୋଇଯାଇଛି ଓ ସେ ହୃଦଘାତ ର ଶିକାର ହେଉଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ଏହି ସମସ୍ୟାର ପ୍ରକୃତ କାରଣ ମିଳିପାରିନାହିଁ ।

ମହିଳା କହିଛନ୍ତି ପ୍ରାୟ ୩ ମାସରେ ଥରେ ତାଙ୍କୁ ହୃଦଘାତ ଆସିଥାଏ । ହୃଦଘାତ ଆସିବା ପୂର୍ବରୁ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ । ଚଳିତ ବର୍ଷ ତାଙ୍କୁ ୪ଥର ହୃଦଘାତ ଆସିସାରିଛି । ଫେବୃୟାରୀରେ ଥରେ, ମେ’ ରେ ଥରେ, ଜୁଲାଇ ଓ ନଭେମ୍ବରରେ ଥରେ ଥରେ ହୃଦଘାତ ଆସିଛି । ତାଙ୍କର କୌଣସି ପ୍ରକାର ଗମ୍ଭୀର ରୋଗ ଓ ଅଧିକ ଓଜନ କାରଣରୁ ଏପରି ହେଉଛି ବୋଲି ସେ ଭାବୁଛନ୍ତି । କାରଣ ମହିଳାଙ୍କ ଓଜନ ୧୦୭ କିଲୋ ଥିବା ବେଳେ ସୁଗାର ସମସ୍ୟା ବି ଥିଲା । ଏବେ ସେ ନିଜର ଓଜନ ୩୦ କିଲୋ କମ୍ କରିପାରିଛନ୍ତି । ସେ କୋଲେଷ୍ଟ୍ରଲ କମ୍ କରିବାକୁ ମଧ୍ୟ ଚିକିତ୍ସା କରାଇଛନ୍ତି । ଏହା ବ୍ୟତିତ ସୁଗାର ସ୍ତର ବି ନିୟନ୍ତ୍ରଣରେ ରଖିପାରିଛନ୍ତି । ତଥାପି ହୃଦଘାତ ତାଙ୍କ ପିଛା ଛାଡୁନାହିଁ । ଡାକ୍ତରଙ୍କ ମତ ଏତେଥର ହୃଦଘାତ ଆସିବା ସତ୍ତ୍ୱେ ମଧ୍ୟ ସେ ବଞ୍ଚି ରହିଛନ୍ତି ।

Get real time updates directly on you device, subscribe now.