fbpx
BJD SKY
BJD SKY

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରେସ୍: ଓଡ଼ିଶାରୁ ନିର୍ବାଚିତ ରାଜ୍ୟସଭା ସାଂସଦଙ୍କ ନାମ ଚର୍ଚ୍ଚାରେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି । ବିଶେଷ କରି ବିଜେପି ବହୁମତ ହାସଲ କରିଥିବା ତିନୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ ତାହାକୁ ନେଇ ଏବେ ଦଳର ଶୀର୍ଷ ନେତୃତ୍ୱ ବୈଠକ କରିବା ସହିତ ଅଙ୍କ କଷୁଥିବା ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚେହେରା ରେସର ଏକ ବଡ଼ ନାମ ସାମ୍ନାକୁ ଆସୁଛି । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମକୁ ଆଗରେ ରଖିପାରନ୍ତି । ଏହି ରେସରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାମ ସର୍ବାଗ୍ରେ ରହିଥିଲେ ହେଁ ସେନେଇ ସସପେନ୍ସ ଜାରି ରହିଛି ।

ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ଟି ଆସନରେ ମତଦାନ ହୋଇଥିବା ବେଳେ ସେଥିମଧ୍ୟରୁ ବିଜେପି ୧୧୫ଟିରେ ଜିତି ବହୁମତ ହାସଲ କରିଥିବା ବେଳେ କଂଗ୍ରେସ ୬୯ଟିରେ ଜିତି କ୍ଷମତାଚ୍ୟୁତ ହୋଇଥିଲା । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ରହିଥିବାରୁ ତା’ ପୂର୍ବରୁ ବିଜେପି ଏନେଇ ତର୍ଜମା କରୁଛି । କାହାକୁ ମୁଖ୍ୟମନ୍ତ୍ରୀ କଲେ ଆଗାମୀ ନିର୍ବାଚନରେ ଦଳକୁ ଫାଇଦା ମିଳିବା ତା’ ଉପରେ ଦଳ ଫୋକସ୍ କରୁଛି । ଗତ ୨୦୧୯ରେ ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ । ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିବା ଅଶ୍ୱିନୀ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.