fbpx

ଜାପାନରେ ଝିଅମାନେ ଶାର୍ଟର ଦ୍ୱିତୀୟ ବଟନ ପୁଅକୁ ଦେଇଥାନ୍ତି, ଏହାର ଅର୍ଥ କ’ଣ ?

ପ୍ରତ୍ୟେକ ଦେଶରେ ପୂଜା ପାର୍ବଣ, ବିବାହ, ଖାଦ୍ୟପେୟ, ଲୋକନୃତ୍ୟକୁ ନେଇ ବିଭିନ୍ନ ପ୍ରକାର ପରମ୍ପରା ପ୍ରଚଳିତ । କିନ୍ତୁ ଜାପାନରେ ପ୍ରଚଳିତ ଏହି ମାନ୍ୟତା ବିଶ୍ୱରେ ନିଆରା । ସାଧାରଣତଃ ଜଣେ ଆଉ ଜଣଙ୍କୁ ପ୍ରେମ ନିବେଦନ କରିବା ସମୟରେ ନାଲି ଗୋଲାପ, ଚକଲେଟ୍‌, ଚିଠି ବା ଅନ୍ୟ ଉପାୟ ମାଧ୍ୟମରେ ନିଜ ମନ କଥା ପ୍ରକାଶ କରିଥାଏ । ଜାପାନରେ କିନ୍ତୁ ପ୍ରେମ ନିବେଦନ କରିବା ପାଇଁ ଏ ସବୁର ଆବଶ୍ୟକ ହୋଇନଥାଏ । କେବଳ ଶାର୍ଟର ଗୋଟିଏ ‘ବଟନ’ ହିଁ କମାଲ କରିଥାଏ । ହଁ ଆଜ୍ଞା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

ଜାପାନରେ ପ୍ରଚଳିତ ଏକ ସଂସ୍କୃତି ଅନୁଯାୟୀ ସ୍କୁଲ ବା କଲେଜର ବିଦାୟକାଳୀନ ଉତ୍ସବରେ ପୁଅ ଝିଅ ପରସ୍ପର ମଧ୍ୟରେ ଶାର୍ଟ ବଟନ ଆଦାନ ପ୍ରଦାନ କରିଥାନ୍ତି । ଜାପାନରେ ଝିଅମାନେ ପ୍ରେମ ନିବେଦନ କରିବା ପାଇଁ ନିଜେ ପିନ୍ଧିଥିବା ଶାର୍ଟର ବଟନ ପୁଅଙ୍କୁ ଦେଇଥାନ୍ତି । ତାହା ବି ଶାର୍ଟର ଦ୍ୱିତୀୟ ବଟନ । ଏହା କରିବା ପଛରେ ରହିଛି ଏକ କାରଣ । ବାସ୍ତବରେ ସ୍କୁଲ ବା କଲେଜର ବିଦାୟକାଳୀନ ଉତ୍ସବରେ ଯଦି ଜଣେ ଜୁନିୟର ଝିଅ ସେ ପସନ୍ଦ କରୁଥିବା କୌଣସି ସିନିୟର ପୁଅ ଠାରୁୁ ଶାର୍ଟର ଦ୍ୱିତୀୟ ବଟନ ମାଗି ଥା’ନ୍ତି । ତା’ ମାନେ ହେଉଛି ସେ ଝିଅ ପୁଅକୁ ପସନ୍ଦ କରୁଛି । ସେହିପରି ଯଦି ସିନିୟର ପୁଅ ବି ସେହି ଝିଅକୁ ପସନ୍ଦ କରୁଥିବ ସେ ତା ଶାର୍ଟର ଦ୍ୱିତୀୟ ବଟନ ଝିଅକୁ ଦେଇଥାଏ । ପ୍ରତିବଦଳରେ ଝିଅ ଶାର୍ଟର ଦ୍ୱିତୀୟ ବଟନ ବି ମାଗିଥାଏ ।
ଜାପାନର ଲୋକମାନଙ୍କ ବିଶ୍ୱାସ ଅନୁଯାୟୀ ଶାର୍ଟର ଦ୍ୱିତୀୟ ବଟନ ହୃଦୟର ନିକଟତର ହୋଇଥାଏ । ତେଣୁ ଯେବେ ବି କୌଣସି ପୁଅ, ଝିଅ ଶାର୍ଟର ଦ୍ୱିତୀୟ ବଟନ ମାଗିଥାଏ ତା’ର ଅର୍ଥ ସେ ସେହି ଝିଅର ହୃଦୟ ଚାହେଁ । ସେଠାରେ ବ୍ୟକ୍ତିମାନେ ପ୍ରେମ ନିବେଦନ ପାଇଁ ଏହି ଫର୍ମୁଲା ଆପଣେଇଥାନ୍ତି ।

 

 

Get real time updates directly on you device, subscribe now.