fbpx
BJD SKY
BJD SKY

Google Play Storeରୁ ୧୭ ଟି ଆପ୍ ହଟାଇଲା ଗୁଗୁଲ୍: ୟୁଜର୍ସଙ୍କ ପାଇଁ ହୋଇଥାନ୍ତା ବିପଜ୍ଜନକ

BJD

ନୂଆଦିଲ୍ଲୀ : ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଗୁଗୁଲ ନିଜର ସୁବିଧା ପହଞ୍ଚାଉଛି । କମ୍ପାନୀ ଏହାର ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । ଏହାରି ମଧ୍ୟରେ କମ୍ପାନୀ ଏହାର ପ୍ଲେ ଷ୍ଟୋରରୁ ୧୭ ଟି ଆପ୍ ଅପସାରଣ କରିଛି ।

ରିସର୍ଚ୍ଚରମାନେ ବୁଧବାର ଦିନ କହିଛି ଯେ, ସେମାନେ ୧୮ ଟି ଆଣ୍ଡ୍ରଏଡ୍ ଲୋନ୍ ଆପ୍ ପାଇଛନ୍ତି, ଯାହା ନିଜକୁ ପ୍ରକୃତ ପର୍ସନାଲ ଲୋନ୍ ଆଳରେ ଛୁପାଉଛି । ଭାରତ ଏବଂ ଅନ୍ୟାନ୍ୟ ଦେଶରେ ବ୍ୟବହାରକାରୀଙ୍କୁ ଟାର୍ଗେଟ କରି ଗୁଗୁଲ ଏହି ପ୍ଲାଟଫର୍ମରୁ ୧୭ ଟି ଆପକୁ ଅପସାରଣ କରିଛି ।

ରିପୋର୍ଟରେ ମିଳିଥିବା ସୂଚନା :-
ଇଏସଇଟି ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଏହି ଆପଗୁଡିକ ଅପସାରଣ ହେବା ପୂର୍ବରୁ ଗୁଗୁଲ୍ ପ୍ଲେରୁ ସର୍ବଭାରତୀୟ ସ୍ତରରେ ୧୨ ମିଲିୟନରୁ ଅଧିକ ଡାଉନଲୋଡ୍ ରହିଥିଲା । ଏହିପରି ପ୍ରତାରଣାକାରୀ ଆଣ୍ଡ୍ରଏଡ୍ ଲୋନ ଆପ୍ସର ନାମ ‘ସ୍ପାଇଲୋନ୍ ଆପ୍’ ରଖାଯାଇଛି ।
ଇଏସଇଟ ଗବେଷକ ଲୁକାସ୍ ଷ୍ଟେଫାନକୋ ଅନେକ ସ୍ପାଇଲୋନ୍ ଆପର ଖୁଲାସା କରି କହିଛନ୍ତି ଯେ, ‘ଏହି ଦୁର୍ଭାବନାପୂର୍ଣ୍ଣ ଆପ୍ଲିକେସନ ବ୍ରେଧ ଲୋନ ପ୍ରଦାନକାରୀଙ୍କ ଉପରେ ୟୁଜର୍ସଙ୍କ ବିଶ୍ୱାସର ଫାଇଦା ଉଠାଏ । ଏହା ସହ ଲୋକଙ୍କୁ ପ୍ରତାରଣା କରିବା ଏବଂ ବିଭିନ୍ନ ପ୍ରକାରର ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପାଇଁ ସେମାନେ ଅତ୍ୟାଧୁନିକ କୌଶଳ ମଧ୍ୟ ବ୍ୟବହାର କରନ୍ତି ।

ଲୋକଙ୍କୁ ବ୍ଲାକମେଲ୍ କରନ୍ତି :-

ରିପୋର୍ଟ ଅନୁଯାୟୀ, ଏହି ଆପ୍ସ ମାଧ୍ୟମରେ ପୀଡିତାଙ୍କୁ ବ୍ଲାକମେଲ କରାଯାଏ ଏବଂ ସେମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇ ହଇରାଣ ମଧ୍ୟ କରାଯାଇଥାଏ । ଏହି ଲୋକମାନେ ମୁଖ୍ୟତଃ ମେକ୍ସିକୋ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଭିଏତନାମ, ଭାରତ, ପାକିସ୍ଥାନ, କଲମ୍ବିଆ, ପେରୁ, ଫିଲିପାଇନ୍ସ, ଇଜିପ୍ଟ, କେନିଆ, ନାଇଜେରିଆ ଏବଂ ସିଙ୍ଗାପୁରରେ କାର୍ଯ୍ୟ କରନ୍ତି ।

Get real time updates directly on you device, subscribe now.