fbpx

ପୋଲିସ ଭ୍ୟାନରେ ନବଜାତ ଶିଶୁକୁ ଜନ୍ମ ଦେଲେ ମହିଳା

ଝାରସୁଗୁଡା,୨୪ ।୫(ଓଡିଶା ଭାସ୍କର): ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଅନେକ ଅଭାବନୀୟ ଘଟଣା ସାମନାକୁ ଆସିବାରେ ଲାଗିଛି । ସେହିପରି ଆଜି ଗର୍ଭବତି ମହିଳା ଆଇଆଇସିଙ୍କ ସହାୟତରେ ପୋଲିସ ଭ୍ୟାନରେ ହିଁ ଏକ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି । ଖବର ମୁତାବକ, ଆଜି ଅପରାହ୍ନରେ ଜଣେ ଗର୍ଭବତୀ ମହିଳା ହାଇଦ୍ରାବାଦରୁ ଶ୍ରମିକ ଏକ୍ସପ୍ରେସରେ ବିହାର ଯାଉଥିବା ବେଳେ ବେଳେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗର୍ଭବତୀ ମହିଳାଙ୍କ ପାଇଁ ଝାରସୁଗୁଡ଼ା ଷ୍ଟେସନରେ ରହିଲା ଟ୍ରେନ୍‌। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ମହିଳାଙ୍କୁ ଏକ ପୋଲିସ ଭ୍ୟାନ ସହାୟତରେ ମେଡିକାଲକୁ ନିଆଯାଉଥିଲା । କିନ୍ତୁ ମହିଳା ଜଣକ ଭ୍ୟାନରେ ହିଁ ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ଭ୍ୟାନରେ ଉପସ୍ଥିତ ଥିବା ଆଇଆଇସି ସାବିତ୍ରୀ ବଲଙ୍କ ସହାୟତରେ ମହିଳାଙ୍କ ଡେଲିଭରୀ ହୋଇଥିଲା । ପରେ ଉଭୟ ମା ଓ ନବଜାତ ଶିଶୁକୁ ଝାରସୁଗୁଡା ଡିଏଚଏଚ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡିଛି । ଥାନା ଅଧିକାରୀ ସାବିତ୍ରୀ ବଳଙ୍କୁ ଟ୍ବିଟ୍‌ କରିଛନ୍ତି ଡିଜିପି ଅଭୟ।

Get real time updates directly on you device, subscribe now.