fbpx

ଲକଡାଉନ୍ ନିୟମ ଭୁଲିଗଲେ ବିଜେପି ନେତା, କୋଳା-କୋଳି ହେବା ସହ ସାଙ୍ଗରେ ପିନ୍ଧିଲେ ଫୁଲମାଳ

କରୋନାର ମୁକାବିଲା କରିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ କିଛିଟା ନିୟମକୁ କୋହଳ କରାଯାଇଛି । କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦେଶ ଦେଇଛନ୍ତି । ଏହା ପରେ ବି କିଛି ବିଜେପି ନେତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସାମନାକୁ ଆସିଛି, ଯେଉଁଠାରେ ସାମାଜିକ ଦୂରତାକୁ ଅବହେଳା କରାଯାଇଛି ।

ଆସାମର କରୀମଗଞ୍ଜ ଜିଲ୍ଲାରୁ ଏହି ମାମଲା ସାମନାକୁ ଆସିଛି । ସେଠାରେ ବିଜେପି ନେତାଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ସମୟରେ ଲକଡାଉନର ନିୟମ ଭାଙ୍ଗିବା ସହ ଗୋଟିଏ ଫୁଲମାଳକୁ ୪ ବିଜେପି ନେତା ପିନ୍ଧୁଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.