fbpx

ମହିଳାଙ୍କର ରହିଛି ମା’ ହେବା ଅଭ୍ୟାସ, ଏବେ ପଡ଼ୋଶୀଙ୍କ ପାଇଁ ଜନ୍ମ କରିବେ ୧୦ମ ସନ୍ତାନ

ଦୁନିଆରେ ଅନେକ ପ୍ରକାର ଲୋକଙ୍କ ଦେଖିବାକୁ ମିଳେ । ସମସ୍ତଙ୍କର ଅଭ୍ୟାସ ମଧ୍ୟ ଅଲଗା, କାହାକୁ ପୁରୁଣା ଷ୍ଟାମ୍ପ ସଂଗ୍ରହ କରିବା ତ’ ପୁଣି କାହାକୁ ପୁରୁଣା ନୋଟ୍ ସଂଗ୍ରହ କରିବାକୁ ଭଲ ଲାଗିଥାଏ । କିନ୍ତୁ ମା’ ହେବାର ଅଭ୍ୟାସ କଥା କେବେ ଶୁଣିଛନ୍ତି କି? କାହାର ଏଭଳି ଅଭ୍ୟାସ ହୋଇପାରେ ବୋଲି ଆପଣ ବିଶ୍ୱାସ କରିପାରିବେ କି ? ଆଜ୍ଞା ହଁ ଜଣେ ମହିଳାଙ୍କୁ ମା’ ହେବା ଖୁବ୍ ପସନ୍ଦ । ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଛି । ମହିଳା ଜଣକ ଇଣ୍ଟରନେଟ୍ ନିଜର କାହାଣୀ ଶେୟାର କରିଛନ୍ତି । ଏବଂ ତାଙ୍କର ଏହି ଅଭ୍ୟାସ ବିଷୟରେ କହିଛନ୍ତି । ସେ କହିଛନ୍ତି ତାଙ୍କୁ ମା’ ହେବା ଖୁବ୍ ପସନ୍ଦ । ସେ ନା’ କେବଳ ନିଜେ ଚାରିଥର ମା’ ହୋଇଛନ୍ତି ବରଂ ଅନ୍ୟ ଦମ୍ପତିଙ୍କ ପାଇଁ ମଧ୍ୟ ସନ୍ତାନ ଜନ୍ମ କରିଛନ୍ତି ।

ଇଂଲଣ୍ଡର ହେଡର୍ସଫିଲ୍ଡରେ ରହୁଥିବା ଲୋରା ଏପର୍ଯ୍ୟନ୍ତ ୯ ସନ୍ତାନ ଜନ୍ମ କରିସାରିଛନ୍ତି । ଯେଉଁଥିରେ ତାଙ୍କ ନିଜର ଚାରି ସନ୍ତାନ ଥିବାବେଳେ ୫ ସନ୍ତାନ ଅନ୍ୟମାନଙ୍କ ପାଇଁ ଜନ୍ମ କରିଛନ୍ତି । ୧୧ ବର୍ଷ ପୂର୍ବେ ସେ ତାଙ୍କର ପ୍ରଥମ ସରୋଗେଟ୍ ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ କେବଳ ୮ ମାସ ପରେ ସେ ଅନ୍ୟଜଣକ ପାଇଁ ଦ୍ୱିତୀୟ ସରୋଗେସୀ ସନ୍ତାନ ଆଇଭିଏଫ୍ ଦ୍ୱାରା ଜନ୍ମ କରିଥିଲେ ।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କୁ ମା’ ହେବା ଖୁବ ପସନ୍ଦ । ଏହା ଦୁନିଆର ସବୁଠାରୁ ଭଲ ଅନୁଭବ । ତାଙ୍କୁ ଅନ୍ୟମାନଙ୍କ ପାଇଁ ସନ୍ତାନ ଜନ୍ମ କରି ସେମାନଙ୍କ କୋଳ ପୂର୍ଣ୍ଣ କରିବା ଖୁବ୍ ପସନ୍ଦ । ନିଜର ସରୋଗେସୀକୁ ନେଇ ସେ କହିଛନ୍ତି ଦୁଇ ସନ୍ତାନ ଜନ୍ମ ନେବା ପରେ ସେ ସରୋଗେସୀ କରିବା ନିଷ୍ପତ୍ତି ନେଇଥିଲେ । ସେ ଆହୁରି କହିଥିଲେ ଯେଉଁ ଦମ୍ପତିଙ୍କର କୌଣସି ସନ୍ତାନ ନାହାଁନ୍ତି, ଏମିତି ଦମ୍ପତିଙ୍କ କୋଳ ପୂର୍ଣ୍ଣ କରିବା ଏକ ଭଲ ଅନୁଭବ ।

ଏବେ ଲୋରା ନିଜର ପଡ଼ୋଶୀଙ୍କ ପାଇଁ ସରୋଗେଟ୍ ମା’ ହେବାକୁ ଯାଉଛନ୍ତି । ଏହା ଲୋରାଙ୍କର ଦଶମ ସନ୍ତାନ । ସରୋଗେସୀଙ୍କୁ ନେଇ ସେ କହିଛନ୍ତି ଯେ ଲୋକମାନେ ଭାବିଥାନ୍ତି ସରୋଗେଟ ମା’ଙ୍କୁ ଅଧିକ ଟଙ୍କା ମିଳିଥାଏ । କିନ୍ତୁ ସେ କହିଛନ୍ତି ଯେ ଇଂଲଣ୍ଡରେ ସରୋଗେଟ ମଦରଙ୍କ ପାଇଁ କେବଳ ଆବଶ୍ୟକ ଖର୍ଚ୍ଚ ପାଇଁ ନିୟମ ରହିଛି । ସେ ତାଙ୍କ ଇଚ୍ଛାରେ ସରୋଗେଟକୁ ଆପଣାଇଛନ୍ତି ।

Get real time updates directly on you device, subscribe now.