fbpx

ପୋଷା କୁକୁର କାମୁଡ଼ାରେ ଆହତ ହେଲେ ମହିଳା, ୨ ଲକ୍ଷ ଟଙ୍କା କ୍ଷତିପୂରଣ ଗଣିବେ ମାଲିକ

ନୁଆଦିଲ୍ଲୀ: ହରିୟାଣର ଗୁରୁଗ୍ରାମରେ ଏକ ପୋଷା କୁକୁର କାମୁଡ଼ାରେ ଆହତ ହୋଇଥିବା ମହିଳାଙ୍କୁ କ୍ଷତିପୂରଣ ମିଳିବ । ଜିଲ୍ଲା ଗ୍ରାହକ ବିବାଦ ନିରାକରଣ ଫୋରମ ମଙ୍ଗଳବାର ଗୁରୁଗ୍ରାମ ନଗର ନୀଗମ(ଏମସିଜି)କୁ ଗୋଟିଏ ବୁଲା କୁକୁର କାମୁଡ଼ାରେ ଆହତ ହୋଇଥିବା ମହିଳାଙ୍କୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଦର୍ଦେଶ ଦେଇଛନ୍ତି । ପୋରମ ଏହା ମଧ୍ୟ କହିଥିଲେ ଯେ, ଯଦି ନଗର ନିଗମ ଚାହିଁବ ତେବେ ସେମାନେ କୁକୁର ମାଲିକଙ୍କଠାରୁ ଏହି ଟଙ୍କା ଆଦାୟ କରିପାରିବେ ।

ସୂଚନା ଅନୁସାରେ ୧୧ ଅଗଷ୍ଟରେ କଲୋନୀରେ କାମ କରୁଥିବା ସହାୟିକା ତଥା ପିଡ଼ିତାଙ୍କ ଉପରେ ଚିକାରା ନାମକ ବ୍ୟକ୍ତିଙ୍କର ପୋଷା କୁକୁର ଆକ୍ରମଣ କରିଥିଲା । ଏହି ଘଟଣାରେ ପିଡ଼ିତାଙ୍କର ମଥା ଏବଂ ମୁହଁରେ ଗମ୍ଭିର କ୍ଷତ ହୋଇଥିଲା । ଏହାପରେ ପିଡ଼ିତାଙ୍କୁ ଗୁରୁଗ୍ରାମର ସଫଦରଜଙ୍ଗ ମେଡିକାଲରେ ଆଡମିଟ୍ କରାଯାଇଥିଲା ।

ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆରରେ କୁକୁରର ‘ପିଟବୁଲ୍’ ପ୍ରଜାତିର ବୋଲି ସୂଚନା ଦିଆଯାଇଛି। ପରେ ମାଲିକ ଜଣାଇଲେ ଯେ ଏହି ପ୍ରଜାତି ହେଉଛି ‘ଡୋଗୋ ଆର୍ଜେଣ୍ଟିନୋ’। କୁକୁରକୁ ଧରିବା ଏବଂ ତୁରନ୍ତ ପ୍ରଭାବ ସହିତ ଭିନେଟ ଚିକାରାର କୁକୁର ରଖିବା ଲାଇସେନ୍ସ ବାତିଲ କରିବାକୁ ଫୋରମ୍ ଏମସିଜି କୁ ନିର୍ଦ୍ଦେଶ ଦେଇଥିଲା।

ଏହାସହ ୧୧ ଟି ବିଦେଶୀ ପ୍ରଜାତିର କୁକୁର ଉପରେ ନିଷେଧାଦେଶ ଜାରି କରିବା ସହ ସମସ୍ତ ବିଚ୍ୟୁତ କୁକୁରକୁ ପଶୁ ଆଶ୍ରୟସ୍ଥଳୀରେ ରଖିବା ପାଇଁ ଏମସିଜିକୁ ନିର୍ଦ୍ଦେଶ ଦେଇଥିଲେ। ତିନି ମାସ ମଧ୍ୟରେ ପୋଷା କୁକୁରମାନଙ୍କ ପାଇଁ ଏକ ନୀତି ପ୍ରସ୍ତୁତ କରିବାକୁ ଫୋରମ୍ ମଧ୍ୟ ଏମସିଜିକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.