fbpx

(video)ହେଲମେଟ୍ ପିନ୍ଧି ନ ଥିବା ପୋଲିସବାଲାକୁ ଅଟକାଇବା ମହିଳାଙ୍କୁ ପଡିଲା ଭାରି, ମଜାକ ଉଡାଇଲେ ଲୋକେ

Advertisement

ନୂଆଦିଲ୍ଲୀ:ରାସ୍ତା ଉପରେ ଗାଡି ଚଲାଇବା ସମୟରେୁ କିଛି ନୟମ ମାନିବାକୁ ପଡିଥାଏ । ଯଦି ସମସ୍ତେ ଏହି ନିୟମକୁ ଠିକ୍ ଭାବରେ ପାଳନ କରନ୍ତେ ତେବେ ଦୁର୍ଘଟଣା ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଆନ୍ତା । କିନ୍ତୁ ଲୋକମାନେ ବହୁ ସମୟରେ ନିୟମକୁ ଅଣଦେଖା କରିଥାଆନ୍ତି । ଏହି କାରଣରୁ ଛକମାନଙ୍କରେ ଟ୍ରାଫିକ୍ ପୋଲିସ ଛିଡା ହୋଇ ଏପରି ଅମାନିଆଙ୍କୁ ସାବାଡ କରିଥାନ୍ତି । କିନ୍ତୁ ଯଦି ପୋଲିସ ନିଜେ ଏହିସବୁ ନିୟମର ଉଲଙ୍ଘନ କରେ ତେବେ ?
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ପୋଲିସବାଲା ବିନା ହେଲମେଟ୍‌ରେ ବାଇକ୍ ଚଲାଉଥିବାର ନଜର ଆସୁଛି । ଏହି ସମୟରେ ଜଣେ ମହିଳା ତାଙ୍କୁ ଅଟକାଇ ଭିଡିଓ ବନାଇଛନ୍ତି କିନ୍ତୁ ସୋସିଆଲ ମିଡିଆରେ ପୋଲିସ ପରିବର୍ତ୍ତେ ମହିଳା ଜଣକ ଟ୍ରୋଲର ଶିକାର ହୋଇଛନ୍ତି । ଏହି ଘଟଣାଟି ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ମହିଳା ଜଣକ ବିନା ହେଲମେଟ୍‌ରେ ଯାଉଥିବା ପୋଲିସଙ୍କ ଭିଡିଓ ବନାଇବା ସହ ତାଙ୍କୁ ପଚାରିଛନ୍ତି ତୁମ ହେଲମେଟ୍ କାହିଁ ବୋଲି । ଏହା ଦେଖି ପୋଲିସ କର୍ମଚାରୀ ଭାବିଥିଲେ କି ମହିଳା ଜଣକ ତାଙ୍କୁ କେଉଁଠିକାର ଠିକଣା ପଚାରି ବୁଝୁଛନ୍ତି ବୋଲି । କିନ୍ତୁ ପରେ ଯେତେବେଳେ ଜାଣିପାରିଲେ କି ମହିଳା ତାଙ୍କୁ ତାଙ୍କ ଭୁଲ୍ ବିଷୟରେ ସୂଚୀତ କରୁଛନ୍ତି ସେତେବେଳେ ସେ କିଛି ନ କହି ସେଠାରୁ ଚାଲିଯାଇଥିଲେ ।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ @gharkekalesh ନାମକ ପେଜ୍‌ରେ ସେୟାର କରାଯାଇଛି । ଭିଡିଓ ସହିତ କ୍ୟାପସନରେ ଲେଖାଯାଇଛି କି ହେଲମେଟ୍ ପିନ୍ଧି ନ ଥିବାରୁ ମହିଳା ଓ ପୋଲିସ ଅଫିସରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । କିନ୍ତୁ ଭିଡିଓ ଦେଖିବା ପରେ ଲୋକମାନେ ମହିଳାଙ୍କୁ ଟ୍ରୋଲ କରିଛନ୍ତି । କାରଣ ଭିଡିଓରେ ମହିଳା ଜଣକ ସିଟ୍ ବେଲ୍ଟ ପିନ୍ଧି ନ ଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.