fbpx

ବିହାରରେ ଐତିହାସିକ ନିଷ୍ପତି; ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ସଂରକ୍ଷଣ ୬୫ % ବୃଦ୍ଧି

ପଟନା(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ଯୋଡ଼ି ନେଲା ବିହାରରେ ଐତିହାସିକ ନିଷ୍ପତି । ଦୀର୍ଘ ଦିନ ହେବ ଲାଗିରହିଥିବା କଳ୍ପନା ଜଳ୍ପନାରେ ଶେଷରେ ପୂର୍ଣ୍ଣଛେଦ ପଡିଛି । ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣସୀମା ବୃଦ୍ଧି ପାଇଁ ସଂରକ୍ଷଣ ସଂଶୋଧନ ବିଲ୍‌ ଆଜି ବିହାର ବିଧାନସଭାରେ ପାରିତ ହୋଇଛି। ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କୋଟା ବୃଦ୍ଧି ପ୍ରସ୍ତାବକୁ ମଙ୍ଗଳବାର ବିହାର କ୍ୟାବିନେଟ୍‌ ଅନୁମୋଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତି ବିନା ରାଜ୍ୟ ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିଲା।

ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରସ୍ତାବ ଦେବା ପରେ ଏହି ବିଲ୍ ଏବେ ପାରିତ ହୋଇଛି। ପୂର୍ବରୁ, ପଛୁଆ, ଅତ୍ୟନ୍ତ ପଛୁଆ ଏବଂ ଏସସି-ଏସଟି ପାଇଁ ରହିଥିବା କେନ୍ଦ୍ରର ୧୦ ପ୍ରତିଶତ ସଂରକ୍ଷଣ ସହିତ ନୂଆ କୋଟା ଯୋଗ କରି ବିହାରରେ ସଂରକ୍ଷଣ ସୀମା ୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ତେବେ ଏହି ନୂଆ ସଂରକ୍ଷଣ ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ଚାକିରି ଓ ଶିକ୍ଷାନୁଷ୍ଠାନରେ ବିହାରରେ ଇବିସିଙ୍କ ପାଇଁ ୧୮ ପ୍ରତିଶତ, ଓବିସିଙ୍କ ପାଇଁ ୧୨ ପ୍ରତିଶତ, ଅନୁସୂଚିତ ଜାତିଙ୍କ ପାଇଁ ୧୬ ପ୍ରତିଶତ, ଅନୁସୂଚିତ ଜନଜାତିଙ୍କ ପାଇଁ ୧ ପ୍ରତିଶତ ଏବଂ ପଛୁଆ ବର୍ଗର ମହିଳାଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ରହିଛି।

Get real time updates directly on you device, subscribe now.