fbpx

ସାପ ବିଷ ଶୋଷି ମହିଳା ଗୁରୁତର; କେନ୍ଦୁଝର ଜିଲ୍ଲାରୁ ଆସିଲା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା

Advertisement

ଓଡିଶା ଭାସ୍କର; ସାପ ବିଷ ଶୋଷି ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ସର୍ପାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କଠାରୁ ବିଷ ଝାଡ଼ିବାକୁ ଯାଇ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ହାଟଡ଼ିହି ବ୍ଲକ ସୋସୋ ଥାନା ଅଧୀନ ଝଣଝଣା ଗ୍ରାମରେ ଏଭଳି ଏକ ଅଘଟଣ ଘଟିଛି । ଉକ୍ତ ଗ୍ରାମର ଝୁନୁରାଣୀ ବେହେରା(୪୦) ନାମକ ଜଣେ ମହିଳା ବିଲକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ସେହି ଗ୍ରାମର ଆଉ ଜଣେ ମହିଳା(ମିନତି ଦେହୁରୀ) ବିଷ ଝାଡ଼ାଇବାକୁ ଆସି ଝୁନୁରାଣୀଙ୍କଠାରୁ ବିଷ ଶୋଷିଥିଲେ। କିନ୍ତୁ ଏହାର କିଛି ସମୟ ପରେ ଝୁଣୁରାଣୀ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ବିଷ ଶୋଷିଥିବା ମିନତି ଘରେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାରଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ପରିବାର ଲୋକେ କହିଛନ୍ତି। ତେବେ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ସଚେତନତା ଅଭାବରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.