fbpx

ସୋୟାବିନ୍ ଚାଷରେ କେମିକାଲ ବ୍ୟବହାର ଯୋଗୁଁ ପିଲାଙ୍କୁ ହେଉଛି କ୍ୟାନ୍ସର : ଅଧ୍ୟୟନରୁ ଆଶ୍ଚର୍ଯ୍ୟକର ଖୁଲାସା

Advertisement

ନୂଆଦିଲ୍ଲୀ: ସୋୟା ଚାଷରେ ବ୍ୟବହୃତ କୀଟନାଶକ ପିଲାମାନଙ୍କ କର୍କଟ ବା କ୍ୟାନ୍ସର ପାଇଁ ଦାୟୀ । ବ୍ରାଜିଲରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ପିଏନଏସ ନାମକ ଏକ ଅନୁସନ୍ଧାନ ପତ୍ରିକାରେ ପ୍ରକାଶ ପାଇଛି ।

ଅଧ୍ୟୟନର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ କୃଷକମାନେ ପ୍ରାକୃତିକ ଚାଷରୁ ନିଜକୁ ଦୂରେଇ ରଖି ସୋୟା ଚାଷ ଆରମ୍ଭ କରିଥିଲେ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସୋୟା ଫସଲ ବଢ଼ିବାରେ ଗ୍ଲାଇଫୋସେଟ୍ ରାସାୟନିକ ପଦାର୍ଥ ବିଶେଷ ଭାବରେ ବ୍ୟବହୃତ ହୁଏ । ତା’ପରେ ଏହି ଗ୍ଲାଇଫୋସେଟ୍ ଦେଶର ନଦୀ ଦେଇ ପ୍ରବାହିତ ହୁଏ ଏବଂ ଶେଷରେ ଏହି ଜଳର ବ୍ୟବହାର ପିଲାମାନଙ୍କଠାରେ କର୍କଟ ରୋଗ ସୃଷ୍ଟି କରେ । ଅଧ୍ୟୟନ ଆରମ୍ଭରେ ଟିମ୍ ଅନୁମାନ କରିଥିଲା ଯେ, ସେମାନେ ସର୍ଭେ କରିଥିବା ଅଞ୍ଚଳରେ ରହୁଥିବା ପ୍ରାୟ ଅର୍ଦ୍ଧେକ ପରିବାର କେବଳ ଜଳ ଯୋଗାଣ ପାଇଁ କୂଅ ଉପରେ ନିର୍ଭରଶୀଳ ।

ରୋଗର ଚିକିତ୍ସା ସମ୍ଭବ :-
ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ, ଦଶ ବର୍ଷରୁ କମ୍ ପିଲାମାନଙ୍କଠାରେ ଲ୍ୟୁକେମିଆରରେ ହେଉଥିବା ପ୍ରାୟ ଅର୍ଦ୍ଧେକ କୀଟନାଶକ ସଂସ୍ପର୍ଶରେ ଆସିବା ସହିତ ଜଡିତ । ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆ ଏକ ଗୁରୁତର ରୋଗ, କିନ୍ତୁ ଏହାର ଚିକିତ୍ସା ସମ୍ଭବ । ସେମାନେ ଜାଣିବାକୁ ପାଇଲେ ଯେ, ସୋୟା ଚାଷର ସମ୍ପ୍ରସାରଣ ପରେ ସେହି ପିଲାମାନେ ଏହି ରୋଗରେ ମୃତ୍ୟୁବରଣ କରିଥଇଲେ, ଯେଉଁମାନେ ମେଡିକାଲରୁ ୧୦୦ କିଲୋମିଟରରୁ ଅଧିକ ଦୂରରେ ରହୁଥିଲେ ।

ବିଗତ ଦଶନ୍ଧି ମଧ୍ୟରେ ସୋୟାବିନର ବିଶ୍ୱର ଚାହିଦା ହେତୁ ବ୍ରାଜିଲର ଆମାଜନ ଅଞ୍ଚଳର ଲୋକମାନେ ଗୋରୁ ଉତ୍ପାଦନ ପରିବର୍ତ୍ତେ ସୋୟା ଚାଷ କରିବା ଆରମ୍ଭ କରିଥିଲେ । ବ୍ରାଜିଲ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ ସୋୟା ଉତ୍ପାଦନକାରୀ ଦେଶ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୨୦୦୦ ରୁ ୨୦୧୯ ପର୍ଯ୍ୟନ୍ତ ସେରାଡୋ ଅଞ୍ଚଳରେ ସୋୟା ଉତ୍ପାଦନ ତିନିଗୁଣ ହୋଇଥିବାବେଳେ ଆମାଜନ ଅଞ୍ଚଳରେ ଏହି ବୃଦ୍ଧି ୨୦ ଗୁଣ ପର୍ଯ୍ୟନ୍ତ ଦେଖାଯାଇଥିଲା ।

Get real time updates directly on you device, subscribe now.