fbpx
BSKY
BJD SHG SKY
BJD YOUTH SKY

ସ୍ତ୍ରୀ ଡେଇଁ ପଡ଼ିଲେ ୯ ମହଲାରୁ, ସ୍ୱାମୀ ସହ ଝଗଡ଼ାର କରୁଣ ପରିଣତି

ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା। ହେଲେ ହଠାତ୍ ଏଥିରେ ଉତ୍ତ୍ୟକ୍ତ ହୋଇ କେହି ୯ ମହଲା ଉପରୁ ଡେଇଁପଡ଼ିବ? ହଁ; ଜଣେ ମହିଳା ଡେଇଁପଡ଼ିଲେ। ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଝଗଡ଼ା ଲାଗୁଥିଲେ ଆଉ ହଠାତ୍ ନବମ ମହଲାରୁ ତଳକୁ ଡେଇଁବାକୁ ଚେଷ୍ଟା କରିଥିଲେ। ତେବେ ସ୍ତ୍ରୀକୁ ଏମିତି ହରାଇବାକୁ କିଏ ବା ଚାହିବ? ରେଲିଂରୁ ଡେଇଁବା କ୍ଷଣି ସ୍ବାମୀ ତାଙ୍କ ହାତ ଧରି ସହାୟତା ପାଇଁ ବିକଳ ଚିତ୍କାର କରୁଥିବା ଭିଡିଓରେ ଦେଖାଯାଉଛି।

ସ୍ୱାମୀ ବିକଳ ହୋଇ ସ୍ତ୍ରୀକୁ ବଞ୍ଚାଇବାକୁ ଚିତ୍କାର କରିବା ଶୁଣି ସୋସାଇଟିର ଲୋକମାନେ ଘରୁ ବାହାରକୁ ଆସିଥିଲେ। ଏତିକି ନୁହେଁ; ନିଜ ଘରୁ ଗଦି ବାହାର କରି ତଳେ ପକାଇଥିଲେ। ସ୍ବାମୀ ସ୍ତ୍ରୀଙ୍କୁ ରେଲିଂ ଉପରକୁ ଟାଣିବାକୁ ଖୁବ୍ ଉଦ୍ୟମ କରି କରି ମଧ୍ୟ ସଫଳ ହୋଇପାରିନଥିଲେ; ଆଉ ଖସି ଯାଇଥିଲେ ସ୍ତ୍ରୀ। ତେବେ ଲୋକଙ୍କ ଚେଷ୍ଟାରୁ ସ୍ତ୍ରୀ ଗଦି ଉପରେ ପଡ଼ିଥିଲେ। ଫଳରେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ। ଆହତ ହୋଇ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏହି ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି।

Get real time updates directly on you device, subscribe now.