fbpx

ଏମିତି ସନ୍ତାନ କାହାକୁ ନ ମିଳୁ : ମା’କୁ ହତ୍ୟା କରି ସୁଟକେଶରେ ମୃତଦେହ ଧରି ଥାନାରେ ପହଞ୍ଚିଲେ ମହିଳା ଫିଜିଓଥେରାପିଷ୍ଟ

ବେଙ୍ଗାଲୁର:ସନ୍ତାନ ପାଇଁ ମା ଠାରୁ ବଡ ଆଉ କେହି ହୋଇ ନ ଥାଏ । ନିଜ ସନ୍ତାନର ସୁଖ ଲାଗି ମା ନିଜ ଜୀବନକୁ ବି ବାଜି ଲଗେଇ ଦେଇପାରେ । କିନ୍ତୁ ସେହି ସନ୍ତାନ ବଡ ହୋଇ ମା’କୁ ହତାଦର କରିବା ଭଳି ଘଟଣା ତ ଆପଣ ବହୁ ସମୟରେ ଦେଖିବାକୁ ଓ ଶୁଣିବାକୁ ପାଉଥିବେ । ଏଠି କିନ୍ତୁ  ଜଣେ ସନ୍ତାନର ବର୍ବରତା ସବୁ ସୀମା ଟପି ଯାଇଛି ।

ଘଟଣାଟି ହେଉଛି ବେଙ୍ଗାଲୁରର ଯେଉଁଠି ଜଣେ ମହିଳା ନିଜ ମା’ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ସୁଟକେଶ୍ରେ ରଖି ସିଧା ଯାଇ ପହଞ୍ଚି ଯାଇଥିଲା ପୋଲିସ ଷ୍ଟେସନରେ । ପୋଲିସ ଷ୍ଟେସନରେ ପହଞ୍ôଚ ମହିଳା ଜଣକ ପୋଲିସକୁ କହିଥିଲା ସେ ହିଁ ନିଜ ମା’କୁ ହତ୍ୟା କରିଛି । ଏହି ଘଟଣା ସହରର ମଇକୋ ଲେଆଉଟ୍ ପୋଲିସ ଷ୍ଟେସନ ଅଞ୍ଚଳର । ସୋମବାର ଦିନ ପ୍ରାୟ ୧ ଘଣ୍ଟା ସମୟରେ ସୋନାଲି ସେନ୍ ନାମକ ଜଣେ ୩୫ ବର୍ଷୀୟା ମହିଳା ଏକ ନୀଳ ରଙ୍ଗର ସୁଟକେଶ୍ ଧରି ଥାନାରେ ପହଞ୍ଚିଥିଲେ । ପୋଲିସ ତାଙ୍କୁ ଗିରଫ କରିଥିଲା ।

ପୋଲିସ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ରହୁଥିବା ଏହି ମହିଳା ଜଣେ ଫିଜିଓଥେରାଫିଷ୍ଟ ଓ ସେ ନିଜ ସ୍ୱାମୀଙ୍କ ସହ ଏଠାରେ ରହୁଥିଲେ । ଏହି ମହିଳାଙ୍କର ନିଜ ମାଙ୍କ ସହ ଲଗାତର ଝଗଡା ହେଉଥିଲା । ଏପରି ସ୍ଥିତିରେ ସେ ନିଜ ମାଙ୍କୁ ନିଦ ବଟିକା ଦେଇ ହତ୍ୟା କରିଛି ।

Get real time updates directly on you device, subscribe now.