ବିବାହର ୧୫ ଦିନ ପରେ ପିଶାଚୁଣୀ ସାଜିଲା ସ୍ତ୍ରୀ, ପ୍ରେମିକ ସହ ମିଶି ସ୍ୱାମୀର କଲା ହତ୍ୟା
ପୂରୁଣା ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପଢନ୍ତୁ ଷ୍ଟୋରୀ
ନୂଆଦିଲ୍ଲୀ: ପ୍ରେମିକ ସହ ମିଶି ମହିଳା ଜଣକ ବିବାହର ୧୫ଦିନରେ ସ୍ୱାମୀକୁ ହତ୍ୟା କରିଛି । ବିବାହର ଚତୁର୍ଥୀରେ ଷଡ଼ଯନ୍ତ୍ର କରିଥିଲେ ଏବଂ ସ୍ୱାମୀକୁ ରାସ୍ତରୁ ହଟାଇବା ପାଇଁ ସୁପାରୀ କିଲରକୁ ସୁପାରୀ ଦେଇଥିଲେ ।
ହତ୍ୟା ପାଇଁ ଦୁଇ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା । ୧ ଲକ୍ଷ ଟଙ୍କା ଆଉଭାନ୍ସ ମିଳିବା ପରେ ଯୁବକଙ୍କୁ ହତ୍ୟା କରିଥିଲେ ସୁପାରୀ କିଲର । ପୋଲିସକୁ ଯୁବକଙ୍କର ମୃତଦେହ ୧୯ ମାର୍ଚ୍ଚରେ ମିଳିଥିଲା ।
ଏହାପରେ ଅନେକ ତଦନ୍ତ ପରେ ଅସଲ କଥା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଦିନ ପୋଲିସ ତାଙ୍କ ସ୍ତ୍ରୀ ଏବଂ ତା’ର ପୂରୁଣା ପ୍ରେମିକକୁ ଗିରଫ କରିଛି ।
ସଂପୂର୍ଣ୍ଣ ମାମଲା: ୧୯ ମାର୍ଚ୍ଚରେ ସହାର ଥାନା ଅନ୍ତର୍ଗତ ପଲିୟା ଗାଁରେ ଏକ ଯୁବକଙ୍କୁ ଲହୁଲୁହାଣ ଅବସ୍ଥାରେ ଗାଁ ଲୋକେ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଏହି ସୂଚନା ଦେଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଗୁରୁତର ଯୁବକଙ୍କୁ ହସ୍ପିଟାଲ ପଠାଇଥିଲା । କିନ୍ତୁ ହସ୍ପିଟାଲରେ ଯୁବକଙ୍କର ମୃତ୍ୟୁ ଘଟିଥିଲା ।
ଏହି ଘଟଣା ଉପରେ ପୋଲିସ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଜାରି କରିଥିଲା । ପୋଲିସ ରାସ୍ତାର ସିସିଟିଭି ଚେକ୍ କରିଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ, ଯୁବକ ଜଣଙ୍କୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ବାଇକରେ ବସାଇକି ନେଉଛନ୍ତି । ଏହାପରେ ସେହି ସନ୍ଦିଗ୍ଧ ବ୍ୟକ୍ତି ଏବଂ ମୃତ ଯୁବକଙ୍କର ସ୍ତ୍ରୀଙ୍କୁ ଜେରା ପାଇଁ ଥାନାକୁ ଡକାଯାଇଥିଲା ।
ଏହାପରେ ଏମାନେ ପୋଲିସ ସାମ୍ନାରେ ସବୁ ସତ କଥା ମାନିଥିଲେ । ଯୁବତୀ ଜଣକଙ୍କ ନାମ ହେଉଛି ପ୍ରଗତି ଏବଂ ତାଙ୍କ ପ୍ରେମିକ ଅନୁରାଗ ଯାଦବ । ଏମାନେ ୪ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ ।
କିନ୍ତୁ ଏମାନଙ୍କର ପ୍ରେମ ସଂପର୍କ ତାଙ୍କ ପରିବାର ସ୍ୱୀକାର କରିନଥିଲା । ଏହାପରେ ପରିବାର ଲୋକେ ଝିଅଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ଏହି ଦୁହେଁ ସାଙ୍ଗ ହୋଇ ବିବାହର ୧୫ ଦିନରେ ଯୁବତୀଙ୍କ ସ୍ୱାମୀଙ୍କୁ ମାରିଦେଇଛନ୍ତି ।
ଏହି ଘଟଣାରେ ବର୍ତ୍ତମାନ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅନ୍ୟ ୩ ଜଣ ଅପରାଧୀ ଫେରାର ଅଛନ୍ତି । ଯେଉଁମାନଙ୍କୁ ପୋଲିସ ବର୍ତ୍ତମାନ ଖୋଜୁଛି ।